ଜଟଣୀ: (ଶୁଭେନ୍ଦ୍ର ଶତପଥୀ) ଜଟଣୀ ଥାନା ଓ ଜଟଣୀ ମହାବିଦ୍ୟାଳୟ ମିଳିତ ସହଯୋଗରେ ଜଟଣୀ ମହାବିଦ୍ୟାଳୟ ପରିସରରେ ଆଜି ସଚେତନତା ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କମିଶନରେଟ ପୋଲିସ ପକ୍ଷରୁ କଟକ ଓ ଭୁବନେଶ୍ୱରରେ ସଚେତନତା ଅଭିଯାନ ରଥ ପ୍ରାୟ ୭ଦିନ ଧରି ସମସ୍ତ ଥାନା ଅନ୍ତର୍ଗତ ଗ୍ରାମ ଓ ସହର ଭିତରେ ସତର୍କ ସୂଚନା ଅଭିଯାନ କାର୍ଯ୍ୟକ୍ରମ ଚାଲିବ l ପୋଲିସ୍ କମିଶନରଙ୍କ ତତ୍ତ୍ଵାବଧାନ ରେ ଜଟଣୀ ଥାନା ଅଧିକାରୀ ଷ୍ଟାଲିନ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନା କାର୍ଯ୍ୟକ୍ରମ ରେ ଆଡିଶନାଲ ଡିସିପି କୃଷ୍ଣ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ବରିଷ୍ଠ ନାଗରିକ, ମହିଳାମାନଙ୍କୁ ସୁରକ୍ଷା ଓ ସଚେତନତା ଅଭିଯାନର ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସଚେତନତା ରଥ ମାଧ୍ୟମରେ ନିଶା ନିବାରଣ, ସାଇବର୍ ଅପରାଧୀ,ବସ୍ତିକୁ ଚାଲ,ନଇ ପୋଖରୀ ନିକଟରେ ନିଶା ଦ୍ରବ୍ୟ ସେବନ ନ କରିବା ପାଇଁ ଅଭିନେତା ତଥା ସମାଜ ବିଜ୍ଞାନୀ ଡ଼ଃ ରୁଷି ପଟ୍ଟନାୟକ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜଟଣୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସ୍ଵନପ୍ରଭା ମଲ୍ଲିକ, ଅଧ୍ୟାପକ ତପନ ମିଶ୍ର, ଜଟଣୀ ଥାନା ଏସ ଆଇ ଶିବାନୀ ନନ୍ଦ ଯୋଗ ଦେଇଥିଲେ l ଶେଷରେ ଜଟଣୀ ଥାନା ଅଧିକାରୀ ଷ୍ଟାଲିନ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

