କ୍ଷମା ମାଗିଲା ଅନ୍‌ଲାଇନ୍ ଚାଳକ ସଂଘ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଅନଲାଇନ୍‌ ଗାଡ଼ି ଚାଳକ ସଂଘର ହିଂସା ପରେ କ୍ଷମା ପ୍ରାର୍ଥନା କଲା ସ୍ମାର୍ଟ ସିଟି ଅନ୍‌ଲାଇନ୍ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ। ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ମାଗିଲେ ସଭାପତି ଦୀନବନ୍ଧୁ ନାୟକ। ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି କହିଲେ ଦୀନବନ୍ଧୁ। ସେ କହିଲେ ଯେ, ଭୁଲ୍‌ଟା ଭୁଲ୍‌, ଭୁଲ୍‌କୁ ଆମେ ସ୍ୱୀକାର କରୁଛୁ, ଏଇଟା ହେବାର ନଥିଲା। ଆମେ ସମସ୍ତେ ଗରୀବ ଖଟିଖିଆ ବୋଲି ପ୍ରକାଶ କଲେ ଅଟୋ-ଟ୍ୟାକ୍ସି-ବାଇକ୍ ଚାଳକ। ଗତ ୧୯ ତାରିଖରେ ହୋଇଥିବା ଭଙ୍ଗାରୁଜା ଓ ପୋଲିସକୁ ଆକ୍ରମଣ ପରଠୁ ଦୀନବନ୍ଧୁ ଫେରାର୍‌ ଅଛନ୍ତି।

powered by social2s