ଜିଡିପି ଅଭିବୃଦ୍ଧି ନେଇ ଦେଶବାସୀଙ୍କୁ ଧନ୍ୟବାଦ ଦଲେ ପ୍ରଧାନମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ : ଭାରତରେ ଜିଡିପି ଅଭିବୃଦ୍ଧି ନେଇ ଦେଶବାସୀଙ୍କୁ ଧନ୍ୟବାଦ ଦଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୭.୮% ଅଭିବୃଦ୍ଧିକୁ ନେଇ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅଭିନନ୍ଦନ ଜଣାଇଲେ ମୋଦି। ପ୍ରଧାନମନ୍ତ୍ରୀ କହିଲେ ଯେ, ବିଶ୍ୱ ସଂଘର୍ଷରେ ବୁଡ଼ି ରହିଛି; ସବୁ ଦିଗରୁ ଯୁଦ୍ଧର ଖବର ଆସୁଛି ବିଶ୍ୱ ସଙ୍କଟରେ ଘେରି ରହିଛି, ଯୋଗାଣ ଶୃଙ୍ଖଳ ବିପର୍ଯ୍ୟସ୍ତ କୋଭିଡ ପରଠାରୁ ସ୍ଥିରତା ସବୁଠି ଅପହଞ୍ଚ ହୋଇସାରିଛି। ସଙ୍କଟ ମଧ୍ୟରେ ଭାରତ ଦ୍ରୁତ ଗତିରେ ପ୍ରଗତି କରିଚାଲିଛି ସମସ୍ତ ବାଧା ସତ୍ତ୍ବେ ଦେଶ ୭.୮% ଅଭିବୃଦ୍ଧି ହାର ହାସଲ କରିଛି। ଗତି ବଜାୟ ରଖିବାକୁ ପଡିବ, ଆଗକୁ ବଢ଼ିବାକୁ ପଡ଼ିବ। ଆତ୍ମନିର୍ଭର ଭାରତ ହେବା ଜରୁରୀ କହିଲେ ମୋଦି।

powered by social2s