ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ "ଦ୍ରୋଣାଚାର୍ଯ୍ୟ ସମ୍ମାନ-୨୦୨୬" ସମ୍ମାନରେ ସମ୍ମାନିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: ପବିତ୍ର ଗୁରୁ ଦିବସ ଅବସରରେ ମାଲକାନଗିରି ସ୍ଥିତ ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ "ଦ୍ରୋଣାଚାର୍ଯ୍ୟ ସମ୍ମାନ-୨୦୨୬" ସମ୍ମାନରେ ସମ୍ମାନିତ କରାଯାଇଅଛି l ଏହି ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ଶ୍ରୀସାଇ ଶ୍ରଦ୍ଧା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ l କୋରାପୁଟ ଜିଲ୍ଲାର ଏହି ଯୁବ ଅଧ୍ୟାପକ ଜଣକ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଥିବା ଖବର ମଧ୍ୟ ରହିଅଛି l ଏତତ ବ୍ୟତୀତ ବିଭିନ୍ନ ସମୟରେ କବିତା, ଗଳ୍ପ, ପ୍ରବନ୍ଧ, ସ୍ତମ୍ଭ ଲେଖି ବେଶ୍ ପରିଚୟ ପାଇଥିବା ସହ ସମାଜସେବାକୁ ସେ ନିଶା ଭାବରେ ଗ୍ରହଣ କରିଅଛନ୍ତି l ଆଜିର ଗୁରୁଦିବସ କାର୍ଯ୍ୟକ୍ରମରେ ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ "ଦ୍ରୋଣାଚାର୍ଯ୍ୟ ସମ୍ମାନ-୨୦୨୬"ରେ ସମ୍ମାନିତ କରିବା ସହ ତାଙ୍କ ସୁସ୍ଥ ଏବଂ ନିରାମୟ ଭବିଷ୍ୟତ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି l ଏଥିରେ ଖୁସି ବ୍ୟକ୍ତ କରି ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ମଧ୍ୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଅଛି l

powered by social2s