ନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାୟ ୧୨ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ। ରାତିରେ ସ୍କୁଟି ରଖି ସାଇ ମନ୍ଦିର ଟଙ୍କପାଣି ବ୍ରିଜ୍ ଉପରୁ ଡେଇଁ ପଡ଼ିଥିଲେ ପୁରୁଣା ଭୁବନେଶ୍ବର ଅଞ୍ଚଳର ଭବାନୀ ଶଙ୍କର ଖଟେଇ। ଭବାନୀ ଶଙ୍କର ଖଟେଇ ତାଙ୍କ ପରିବାର ଲୋକଙ୍କ ସହ ଝଗଡ଼ା ହେବା ପରେ ଘରୁ ଚାଲିଯାଇଥିଲେ । ପରେ ଭବାନୀଙ୍କର କିଛି ସାଙ୍ଗ ତାଙ୍କୁ ବ୍ରିଜ ନିକଟରେ ଦେଖିଥିଲେ। ସାଙ୍ଗ ମାନଙ୍କୁ ଦେଖି ନିଜ ସ୍କୁଟିକୁ ବ୍ରିଜ ଉପରେ ରଖି ନଦୀକୁ ଡେଇଁଥିଲେ ଭବାନୀ। ଖବର ପାଇ ଅଗ୍ନିଶମ ବାହିନୀ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ବହୁ ସମୟ ଖୋଜିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳୁ ପୁଣି ଅଗ୍ନିଶମ ବିଭାଗ ତାଙ୍କ ମୃତଦେହ ଠାବ କରିଛି।

powered by social2s