ଭୁବନେଶ୍ୱର : ଭୁବନେଶ୍ୱର ବଙ୍କୁଆଳ ବ୍ରିଜ ଉପରୁ ଡେଇଁ ପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଗତକାଲି ରାତିରେ ପୁରୁଣା ଭୁବନେଶ୍ୱର ଅଂଚଳର ଭବାନୀ ଶଙ୍କର ଖଟେଇ ନାମକ ଯୁବକ ତାଙ୍କ ପରିବାର ଲୋକଙ୍କ ସହ ଝଗଡ଼ା ହେବା ପରେ ଘରୁ ଚାଲିଯାଇଥିଲେ । ପରେ ଭବାନୀଙ୍କର କିଛି ସାଙ୍ଗ ତାଙ୍କୁ ବାଙ୍କୁଆଳ ବ୍ରିଜ ନିକଟରେ ଦେଖିଥିଲେ। ସାଙ୍ଗ ମାନଙ୍କୁ ଦେଖି ନିଜ ସ୍କୁଟିକୁ ବ୍ରିଜ ଉପରେ ରଖି ନଦୀକୁ ଡେଇଁଥିଲେ ଭବାନୀ। ଖବର ପାଇ ଅଗ୍ନିଶମ ବାହିନୀ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ବହୁ ସମୟ ଖୋଜିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳୁ ପୁଣି ଅଗ୍ନିଶମ ବିଭାଗ ନିଖୋଜ ଯୁବକଙ୍କୁ ଖୋଜିବାକୁ ଚଳାଇଛି ପ୍ରୟାସ ।
powered by social2s

