ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବୈଠକରେ ୧୮ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ। ଓଡ଼ିଶାର ଜଳସେଚନ ପ୍ରକଳ୍ପଗୁଡ଼ିକରେ ପର୍ଯ୍ୟଟନ ସୁବିଧାର ବିକାଶ (ବୋଇତ)'କୁ ମିଳିଲା ଅନୁମୋଦନ। ଓଡ଼ିଶା ମୃତ୍ତିକା ସଂରକ୍ଷଣ ସେବା କ୍ୟାଡରର ପୁନର୍ଗଠନ ପରେ ମୋଟ ଅନୁମୋଦିତ ପଦସଂଖ୍ୟା ୩୧୯ରେ ଅପରିବର୍ତ୍ତିତ ସହ ବରିଷ୍ଠ ସ୍ତରରେ ୨ଟି ଅତିରିକ୍ତ ନିର୍ଦ୍ଦେଶକ ଓ ୬ଟି ଯୁଗ୍ମ ନିର୍ଦ୍ଦେଶକ ପଦ ସୃଷ୍ଟି ହେବ ଏବଂ ଉପନିର୍ଦ୍ଦେଶକ ପଦ ୨୯ରୁ ୩୨କୁ ବୃଦ୍ଧି ପାଇବ। ପାଞ୍ଚ ବର୍ଷରେ ୧ ଲକ୍ଷ ୫୦ ହଜାର ଗଭୀର ନଳକୂପ ସ୍ଥାପନ ସହ ୭.୫ ଲକ୍ଷ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି ପାଇଁ ୮,୬୫୩.୦୪ କୋଟି ବ୍ୟୟବରାଦକୁ ମିଳିଛି ଅନୁମୋଦନ। ଭବାନୀପାଟଣା–ମୁନିଗୁଡ଼ା ରାସ୍ତାକୁ ୨ ଲେନ୍ରୁ ୪ ଲେନ୍ କରିବାକୁ ୧୯୬.୧୮ କୋଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପେନସନ ବିଳମ୍ବ ହେଲେ ମିଳିବ ବାର୍ଷିକ ୭ ପ୍ରତିଶତ ସୁଧ ।
powered by social2s

