କଟକ: ଓଡ଼ିଶାର ସର୍ବପ୍ରାଚୀନ ସାରସ୍ୱତ ପ୍ରତିଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ରାଜ୍ୟର ବିଭିନ୍ନ ଅଂଚଳରେ ବସବାସ କରୁଥିବା ଅଭାବଗ୍ରସ୍ତ ଲେଖକ ଲେଖିକା ମାନଙ୍କୁ ଚିକିତ୍ସା ପାଇଁ ଯତ କିଂଚିତ ଆର୍ଥିକ ସହାୟତା ଯୋଗାଇ ଦେବାଲାଗି ଲେଖକ କଲ୍ୟାଣ ପାଣ୍ଠିର ଶୁଭାରମ୍ଭ କରାଯାଇଛି । ଅନୁଷ୍ଠାନର ପୂର୍ବତନ ଉପ ସଭାପତି ତଥା ସାଧାରଣ ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟ ଏବଂ ଅନୁଷ୍ଠାନର ଆଜୀବନ ସଦସ୍ୟା ଓ ପାକ୍ଷିକ ସମ୍ବାଦପତ୍ର 'ବିଶ୍ୱାସ'ର ସମ୍ପାଦିକା କସ୍ତୁରୀ ରାୟ ଏହି ଯୋଜନାକୁ ସଫଳ କରିବା ପାଇଁ ନିଜର ସଂଚିତ ଅର୍ଥରୁ ୫୦ ହଜାର ୫୫୦ ଟଙ୍କା ଅନୁଷ୍ଠାନର ସଭାପତି ଦକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଉପ ସଭାପତି ବ୍ରହ୍ମନନ୍ଦ ବିଶ୍ୱାଳ, ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଓ କୋଷାଧ୍ୟକ୍ଷ ଦିଲୀପ କୁମାର ଦାସଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି । ଏହାକୁ ବ୍ୟାଙ୍କରେ ସ୍ଥାୟୀ ଜମା ରୂପେ ରଖାଯାଇ ଏହାର ବାର୍ଷିକ ସୁଧ କଲ୍ୟାଣ ପାଣ୍ଠି ମାଧ୍ୟମରେ ସହାୟତା ପ୍ରଦାନ କରାଯିବ ।
powered by social2s

