କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାରେ କୋଭିଡ ଟେଷ୍ଟକୁ ବିରୋଧ କରିଛନ୍ତି ଡୋଙ୍ଗରିଆ ଆଦିବାସୀ। କୋରନା ବୋଲି କିଛି ନାହିଁ ବୋଲି କହିଛନ୍ତି ନୀୟମଗିରି ସୁରକ୍ଷା ସମିତିର ସଭାପତି ଲଡା ଶିକାକା। ସେ କହିଲେ ଯେ, ଆମେ ନିୟମ ରାଜାଙ୍କୁ ପୂଜା କରୁଛୁ। ତେଣୁ ଆମମାନଙ୍କର କିଛି ହବନି। ପରଶଳିରେ ମେଡିକାଲ ଟିମ୍ ଏମାନଙ୍କୁ ବୁଝାସୁଝା କରିଲାପରେବି ମିଳିନା ନାହିଁ ସହଯୋଗ। ତେବେ ଲୋକଙ୍କୁ ବୁଝାଇବା ଉଦ୍ୟମ ଜାରି ରଖିବ ବୋଲି କହିଛନ୍ତି ବିଡ଼ିଓ କାଳୁଚରଣ ନାୟକ।
powered by social2s

