କୋରାପୁଟ : କୋରାପୁଟ ଶୈଳବାଳା ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍ସ ପରିସରରେ ପବିତ୍ର ଗଣେଶ ପୂଜା ବେଶ୍ ଧୂମଧାମ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ନୀଳିମା ମଙ୍ଗରାଜ,ମିସ୍ ବାସନ୍ତି ବିଷୋୟୀଙ୍କ ସହ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀମାନେ ଏକତ୍ରିତ ହୋଇ ପ୍ରଭୁ ଗଜାନନଙ୍କୁ ଆରାଧନା କରିଥିଲେ l ପୂଜା ମଣ୍ଡପକୁ ଆକର୍ଷଣୀୟ ଆଲୋକ ଓ ସୁନ୍ଦର ଫୁଲରେ ସଜାଯାଇଥିଲା।ପୂଜାର ମୁଖ୍ୟ ଆକର୍ଷଣ ଆଧ୍ୟାତ୍ମିକ ପରିବେଶ ବେଦ ମନ୍ତ୍ରୋଚାରଣ ଏବଂ ଶଙ୍ଖ ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଶେଷରେ ସମସ୍ତ ଶ୍ରଦ୍ଧାଳୁ ଓ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଅନୁଷ୍ଠାନର କର୍ତ୍ତୃପକ୍ଷ ଏହି ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି l
powered by social2s

