ସିଦ୍ଧିଦାତା ମହାପ୍ରଭୁ ଗଣେଶ ଙ୍କ ର ମହା ପୂଜା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ; ଆଜି ସିଦ୍ଧି ଦାତା ମହାପ୍ରଭୁ ଭଗବାନ ଗଣେଶ ଙ୍କ ର ମହା ପୂଜା | ସମଗ୍ର ଦେଶ ବାସୀ ଏକଦନ୍ତ ଙ୍କ ପୂଜା ରେ ନିମଜିତ | ଏହି ପବିତ୍ର ଅବସରରେ ବିନାୟକ ମହାପ୍ରଭୁ ଧରାବତରଣ କରି ଭକ୍ତ ବୃନ୍ଦ କୁଁ କଲ୍ୟାଣ କରୁଛନ୍ତି | ବିଦ୍ୟାଦାତା, ଜ୍ଞାନଦାତା, ଶିକ୍ଷାଦାତା, ବିଘ୍ନବିନାଶକ ଗିରିଜାନନ୍ଦନ ଅଗ୍ର ଦେବତା ପ୍ରଥମପୁଜ୍ୟ ମହାପ୍ରଭୁ କୁଁ ପ୍ରଣିପାତ ଜଣାଇ ମୁଁ ମୋ ପରିବାର ତରଫ ରୁ ସମସ୍ତଙ୍କ ର ମଙ୍ଗଳ କାମନା କରୁଛି | ପ୍ରଭୁ ଙ୍କ ପାଇଁ ଲଡ଼ୁ, ଓ ସୁସ୍ୱାଦୁ ଫଳ ନୈବେଦ୍ୟ ରୂପେ ସଜାଇ ଦିଆଯାଇଛି | ବକ୍ର ତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ ନିର୍ଭିଘ୍ନ କୁରୁମେ ଦେବ ସର୍ବ କାରଃୟେଷୁ ସର୍ବଦା | ଏହି ପ୍ରାର୍ଥନା ମାଧ୍ୟମ ରେ ଆମେ ଆଜି ତାଙ୍କର ଚରଣାଶୀତ ହୋଇ ଆବାଳ, ବୃଦ୍ଧ, ବନିତା ଙ୍କ ର କଲ୍ୟାଣ କାମନା କରୁଛୁ | ଡାକ୍ତର ଜୀବନ କୃଷ୍ଣ ମିଶ୍ର।

powered by social2s