ଭୁବନେଶ୍ୱର : ସମ୍ବଲପୁରରେ ଡପ୍ଲାର ୱେଦର ରାଡାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ। ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଲେ। ବିପର୍ଯ୍ୟୟ ମୁକାବିଲା ନେଇ ଆଗୁଆ ସୂଚନା ମିଳିବା ଅଧିକ ସହଜ ହେବ କହିଲେ ମୁଖ୍ୟମନ୍ତ୍ରୀ। ବର୍ଷା, କଳାବୈଶାଖୀ, ବଜ୍ରପାତ ଓ କୁଆପଥାର ବର୍ଷା ନେଇ ପୂର୍ବାନୁମାନରେ ଖୁବ ସହାୟକ ହେବ ଏହି ଡପ୍ଲାର ୱେଦର ରାଡାର।
powered by social2s

