ଭୁବନେଶ୍ୱର : ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇପାରେ ଲଘୁଚାପ। ବଙ୍ଗୋପସାଗରର ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ଲଘୁଚାପ। ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ଓ ଆସନ୍ତାକାଲି ସୁଦ୍ଧା ଗଭୀର ଅବପାତ ରୂପ ନେବା ସମ୍ଭାବନା ରହିଛି। ତେବେ ଅଳ୍ପ ସମୟ ପାଇଁ ହୋଇପାରେ ବାତ୍ୟା ବୋଲି ବିଭିନ୍ନ ପାଣିପାଗ ମଡେଲ ଆକଳନ କରିଛନ୍ତି। ଆସନ୍ତା ୨୨ରେ ହୋଇପାରେ ଅଧିକ ଘନୀଭୂତ । ପ୍ରଭାବରେ ୨୨ରୁ ୨୬ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ଆକଳନ କଲା ଭାରତୀୟ ପାଣିପାଗ ବିଭାଗ। ତେବେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିନି କୌଣସି ସୂଚନା।
powered by social2s

