ଉତ୍କଳ ସାହିତ୍ୟ ସମାଜର ଲେଖକ କଲ୍ୟାଣ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କଲେ ଡକ୍ଟର କବିତା ବାରିକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ପ୍ରାଚୀନ ସାରସ୍ବତ ଅନୁଷ୍ଠାନର ଲେଖକ କଲ୍ୟାଣ ପାଣ୍ଠିକୁ ବିଶିଷ୍ଟ ସାରସ୍ବତ ସାଧିକା ଡକ୍ଟର କବିତା ବାରିକ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ଲେଖକଲେଖିକାଙ୍କ କଲ୍ୟାଣ ପାଇଁ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଗ୍ରହଣ କରାଯାଉଥିବା ମହତ ଉଦ୍ୟମକୁ ଡକ୍ଟର ବାରିକ ପ୍ରଶଂସା କରିଥିଲେ ଏବଂ ତାଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଏହି ସହଯୋଗ ରାଶି ଅସୁବିଧାରେ ରହିଥିବା ଲେଖକଲେଖିକାଙ୍କ ଅସୁବିଧାକୁ କିଛିମାତ୍ରରେ ଦୂର କଲେ ତାହା ତାଙ୍କ ପାଇଁ ସୌାଭାଗ୍ୟ ହେବ ବୋଲି ସେ ମନେ କରନ୍ତି ଏବଂ ଏଥିପାଇଁ ନିଜ ପକ୍ଷରୁ ସେ ଇଚ୍ଛା ପ୍ରକଟ କରିଥିଲେ ବୋଲି ଡକ୍ଟର ବାରିକ ପ୍ରକାଶ କରିଥିଲେ। ସୋମବାର ପୂର୍ବାହ୍ନରେ ଭୁବନେଶ୍ବରସ୍ଥିତି ନିଜ ବାସଭବନ‌ରେ ଡକ୍ଟର ବାରିକ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀଙ୍କୁ ଏକ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

powered by social2s