କୋରାପୁଟ: କୋରାପୁଟ ଫୋରେଷ୍ଟ କଲୋନୀ ସ୍ଥିତ ଶ୍ରୀ ସାଇ ଶ୍ରଦ୍ଧା ମହାବିଦ୍ୟାଳୟ +୨ ବିଜ୍ଞାନ ମହାବିଦ୍ୟାଳୟରେ ଅନୁଷ୍ଠିତ ପ୍ରଥମ ଇଣ୍ଟରନାଲ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି l +୨ ବିଜ୍ଞାନର ଓଡ଼ିଆ ବିଭାଗର ପରୀକ୍ଷା ପିଲାଙ୍କ ମଧ୍ୟରେ କରାଯାଇଥିଲା l ଏଥିରେ ଶଶୀଭୂଷଣ ( ପ୍ରଥମ), ଗୀତା( ଦ୍ଵିତୀୟ), ହାନୀ( ତୃତୀୟ) ସ୍ଥାନ ଅଧିକାର କରି ନିଜର ପ୍ରତିଭା ପ୍ରଦର୍ଶନ କରିଅଛନ୍ତି l ଏଇ କୃତୀ ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିବାକୁ ଯାଇ ମହାବିଦ୍ୟାଳୟର ଓଡ଼ିଆ ତଥା ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଉପସ୍ଥିତ ରହି ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପରୀକ୍ଷାର୍ଥୀଙ୍କୁ ପୁରସ୍କାର ପ୍ରଦାନ ସ୍ୱରୂପ ଏକ ସିଲ୍ ତଥା ପଦକ ପ୍ରଦାନ କରିଥିବା ସହ ଅନ୍ୟାନ୍ୟ ପରୀକ୍ଷାର୍ଥୀଙ୍କୁ ସାନ୍ତ୍ୱନା ପୁରସ୍କାର ପ୍ରଦାନ କରିଥିବା ସହ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଥିବା ଦେଖାଦେଇଅଛି l ଛାତ୍ରଛାତ୍ରୀଙ୍କ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଧିକ ପରିଶ୍ରମ କରି ଆଗାମୀ ପରୀକ୍ଷାରେ ଭଲ ଫଳାଫଳ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଅଧ୍ୟାପକ ଶ୍ରୀ ପଟ୍ଟନାୟକ ମତପୋଷଣ କରିଅଛନ୍ତି l
ପ୍ରଥମ ଇଣ୍ଟରନାଲ ପରୀକ୍ଷାରେ ଶ୍ରୀ ସାଇ ଶ୍ରଦ୍ଧା ମହାବିଦ୍ୟାଳୟ + ୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସଫଳତା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

