ପରିବେଶ ସୁରକ୍ଷା ଦିଗରେ ବ୍ରତୀ ସାମାଜିକ ସଙ୍ଗଠନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଅଗ୍ରଣୀ ସାମାଜିକ ସଙ୍ଗଠନ ଆମ ମାହାଙ୍ଗା ପକ୍ଷରୁ ବହୁ ମାନବୀୟ କାର୍ଯ୍ଯ ସଂପାଦିତ ହୋଇ ଏହା ସମାଜ ପାଇଁ ଖୁବ୍ ପ୍ରେରଣା ସୃଷ୍ଟି କରିଛି । ଯୁବ ସମାଜ ପାଇଁ ଏହା ଏକ ବଳିଷ୍ଠ ଆହ୍ୱାନ । ପରିବେଶ ସୁରକ୍ଷା ଅଭିଯାନ ସହ ଚାରା ରୋପଣ,ରକ୍ତଦାନ ସଚେତନତା ସହ ରକ୍ତଦାନ ସ୍ୱେଚ୍ଛାକୃତ ଶିବିର ଆୟୋଜନ,ଅଙ୍ଗଦାନ ସଚେତନତା,ସ୍ବଚ୍ଛତା ଅଭିଯାନ,ଅସହାୟ ଲୋକଙ୍କୁ ଏବଂ ରୋଗୀଙ୍କୁ ସେଵା ସହାୟତା ପ୍ରଦାନ, ଚିକିତ୍ସାଳୟ ସଫେଇ,ମେଧା ବିଦ୍ୟାର୍ଥୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ, କମ୍ବଳ ବଣ୍ଟନ,ପୂଜ୍ୟପୂଜା ଆଦି ଅନେକ ଜନ ମଙ୍ଗଳ କାର୍ଯ୍ୟର ଅନନ୍ୟ ମୂଖ୍ୟ ସୂତ୍ରଧର ସାଜିଛି ଏହି ସଂଗଠନ ଯାହାର କଳନା ନାହିଁ କି ତୁଳନା ନାହିଁ । ଆମ ମାହାଙ୍ଗାର ବରେଣ୍ୟ ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ,ସମାଜ ସଂସ୍କାରକ, ଜନନେତା ଗବେଷକ ଡକ୍ଟର ଅମରେନ୍ଦ୍ର ମହାନ୍ତି ଜୀ ନିଜର ସାରସ୍ଵତ ଏକନିଷ୍ଠ ସାଧନା ଏହି ଜନ ମଙ୍ଗଳ କାର୍ଯ୍ୟରେ ନିୟୋଜିତ କରିବା ନେଇ ତାଙ୍କୁ ସଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି ।

powered by social2s