ଭୁବନେଶ୍ବର: (ଶୁଭେନ୍ଦ୍ର ଶତପଥୀ) ଭୁବନେଶ୍ୱର ଜୟଦେବ ଭବନ ଠାରେ"ସମର୍ଥ ସମାଚାର"ର ତୃତୀୟ ପ୍ରତିଷ୍ଠା ଦିବସ ଅବସରରେ ସାମ୍ବାଦିକତାର ମୂଲ୍ୟ ବୋଧ,ସତ୍ୟନିଷ୍ଠ ସମ୍ବାଦ ପରିବେଷଣ ଏବଂ ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା l ଏହି ଅବସରରେ ରାଜସ୍ୱ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ,କଣ୍ଟାମାଳ ବିଧାୟକ କନେହିଁ ଚରଣ ଡାଙ୍ଗ,ପୁରୀ ଗୋବର୍ଦ୍ଧନ ପୀଠର ଅଧ୍ୟକ୍ଷ ପଣ୍ଡିତ ମାତୃପ୍ରସାଦ ମିଶ୍ର,ବାଣପୁର, ଖୋରଧାର ଡା.ସୁରେନ୍ଦ୍ର ନାଥ ଦାସ,ବୌଦ୍ଧର ଶ୍ରୀ ପ୍ରତୁଷ ପ୍ରିୟଦର୍ଶନୀ ରଥ,"ସମର୍ଥ ସମାଚାର"ର ଉପଦେଷ୍ଟା ତଥା ସ୍ରଷ୍ଟା ଭରତ ଭୂଷଣ ବେହେରା ଏବଂ ସିଇଓ ତଥା ନିର୍ଦ୍ଦେଶକ ଶୁଭଶ୍ରୀ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।ଉତ୍ସବର ପ୍ରଥମ ପର୍ଯ୍ୟାୟରେ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲ lସନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ,ଅତିଥିମାନଙ୍କ ଅଭିଭାଷଣ ଓ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ଓ ପ୍ରତିଭା ପାଇଁ ‘ଜନଜ୍ୟୋତି ସମ୍ମାନ’, ଜ୍ଞାନଦୀପ ସମ୍ମାନ’,'ସ୍ୱର ସାଧନା ସମ୍ମାନ’,'ନୃତ୍ୟ ସାଧନା ସମ୍ମାନ’ ଓ ‘କଳା ସାଧନା ସମ୍ମାନ’ ଆଦିରେ ବହୁ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।ସମର୍ଥ ସମାଚାରର ସଫଳତା ଏବଂ ଉନ୍ନତମାନର ସମ୍ବାଦ ପରିବେଷଣରେ ଅବଦାନ ପାଇଁ କଣ୍ଟାମାଳ ବ୍ଲକ ପ୍ରତିନିଧି ପ୍ରଭାତ କୁମାର ସାହୁ, ଢେଙ୍କାନାଳ -ଭୁବନ ସ୍ୱତନ୍ତ୍ର ପ୍ରତିନିଧି,ଅରୁଣ କୁମାର ସାହୁ,କଳାହାଣ୍ଡି ଜିଲା ପ୍ରତିନିଧି;ପ୍ରମୋଦ କୁମାର ସାହୁ, ଖୋରଧା ଜିଲା ପ୍ରତିନିଧି, ମହମ୍ମଦ ଫଜଲୁର ରହମାନ ଏବଂ ବାଣପୁର ବ୍ଲକ ପ୍ରତିନିଧି ତ୍ରିଲୋଚନ ବାରିକ ଙ୍କୁ‘ସମର୍ଥ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା l ଓଡ଼ିଶା ତଥା ଭୁବନେଶ୍ୱରର ଗର୍ବ ଓ ଗୌରବ ବଢ଼ାଇଥିବା ଷ୍ଟେଫି ସେନାପତିଙ୍କୁ "ମିସ୍ ଏସିଆ" ୨୦୨୬-୨୦୨୭ର ମୁକୁଟ ହାସଲ କରିଥିବାରୁ ସମର୍ଥ ସମାଚାର ପରିବାର ପକ୍ଷରୁ ‘ଆମ ଗର୍ବ ଓ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ଭୁବନେଶ୍ୱରର ପ୍ରକାଶ କୁମାର ମେହେରଙ୍କୁ ‘ସମର୍ଥ ଗୌରବ ପ୍ରତିଭା’ ସମ୍ମାନରେ ସମ୍ମାନିତ କରାଯାଇଥିଲା।ଶେଷରେ ସମର୍ଥ ସମାଚାରର ସିଇଓ ତଥା ନିର୍ଦ୍ଦେଶକ ଶୁଭଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
"ସମର୍ଥ ସମାଚାର"ର ତୃତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଟିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

