ଭୁବନେଶ୍ୱର: ଆସୁଛି ବାତ୍ୟା ୟାସ୍। ଲଘୁଚାପ ପାଇଁ ବଙ୍ଗୋପସାଗର ରେ ପକ୍ରିୟା ଆରମ୍ଭ ହୋଇଛି। କାଲି ଉତ୍ତର ପୂର୍ବ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ। ମେ ୨୪ ରେ ନେବ ଘୂର୍ଣ୍ଣିଝଡ ର ରୂପ। ୨୬ ତାରିଖ ସକାଳେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ୨୫ ତାରିଖ ସନ୍ଧ୍ୟା ରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗ। ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ପଡିବ ପ୍ରଭାବ। ମେ ଶେଷ ସୁଧ୍ୟା ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି।
powered by social2s

