ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳର ଗୋଟିଏ ଗାଁରେ ୪୬ ଜଣ ଡଙ୍ଗରିଆ କନ୍ଧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ମେ ୧୮ ତାରିଖରେ ରାୟଗଡ଼ା ଜିଲ୍ଲା କୁର୍ଲା ପଂଚାୟତ ଗାଂଦିଲୀ ଗାଁ ରେ ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେହି ଗାଁର ୬୨ ଜଣଙ୍କ ସ୍ଵାଂବ ଟେଷ୍ଟରୁ ୪୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ସଂକ୍ରମିତ ମଧ୍ୟରେ ଅଛନ୍ତି ୧୭ ଜଣ ପୁରୁଷ, ୨ ଗର୍ଭବତୀ ଓ ୨୯ ଜଣ ମହିଳା। ନିୟମଗିରି କୁ ବାହାର ରାଜ୍ୟରୁ ଆସିଥିବା ବ୍ୟବସାୟୀଙ୍କ ଠାରୁ କରୋନା ବ୍ୟାପିଥିବା ଅନୁମାନ କରୁଛି ଜିଲ୍ଲା ପ୍ରଶାସନ।
powered by social2s

