ଆଜି ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲା ପ୍ରଭାବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡିଆ ବ୍ଲକ୍। ଏମ୍ ଏମ୍ ଡି ଆର୍ ବିଲ୍ ପ୍ରତ୍ୟାହାର, ସିଇସି ଙ୍କ ଇସ୍ତଫା ଦାବି ସହ ବହି ତ୍ରୁଟିକୁ ନେଇ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ କଂଗ୍ରେସ ସହ ୭ଟି ଦଳ ସମର୍ଥନ କରୁଛନ୍ତି। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ। କଟକ ରେଳ ଷ୍ଟେସନରେ ରେଳ ରୋକ ଉଦ୍ୟମ ବେଳେ ରେଳବାଇ ସୁରକ୍ଷା ଫୋର୍ସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ କର୍ମୀଙ୍କୁ ଅଟକ ରଖିଲା ରେଳବାଇ ସୁରକ୍ଷା ଫୋର୍ସ। ନେତାଜୀ ବସ ଟରମିନାଲରୁ ଗଡ଼ୁନି ବସ। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ରାସ୍ତା ଅବରୋଧ କଲେ ବିକ୍ଷୋଭକାରୀ। ତେବେ ସକାଳୁ ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡରୁ ବସ ଚଳାଚଳ ସ୍ୱାଭାବିକ ରହିଥିଲା। ଭଦ୍ରକରେ ଜାତୀୟ ରାଜପଥ ୧୬ ଅବରୋଧ କରାଯାଇଛି। ବନ୍ଦ ରହିଛି ସ୍କୁଲ, ଦୋକାନ, ବଜାର ଓ ଗାଡ଼ି ଚଳାଚଳ।

powered by social2s