ଭୁବନେଶ୍ୱର: ଓଡିଶା ଫାୟାର ଡିଜି ଏମ ଅକ୍ଷୟ ଆଜି ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଭିତ୍ତିଭୂମି ଓ ଯନ୍ତ୍ରାଂଶ ସଠିକ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାଛଡା ବାତ୍ୟା ଆଶ୍ରୟସ୍ଥଳି ରେ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟିହୋଉଥିବା ଘୁର୍ନବଲୟ ସକ୍ରିୟ ରହିଛି । ଏହା ପ୍ରଭାବ ରେ ଲଘୁଚାପ ସୃଷ୍ଟି ହେବ । ମେ ୨୪ ତାରିଖ ବେଳକୁ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ। ମେ ୨୬ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ୨୫ ତାରିଖ ଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବା । ପ୍ରଥମେ ହାଲୁକା ରୁ ମାଧ୍ୟମ ଧରଣ ବର୍ଷା ହେବ । ଉପକୂଳବର୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ଵିଜ୍ଞାନୀ ଉମାଶଙ୍କର ଦାସ ।
powered by social2s

