ପିପିଏଲ୍ ଓଡ଼ିଆ ପକ୍ଷରୁ କ୍ରିଏଟର୍ ଆଇକନ୍ସ ଆୱାର୍ଡସ୍ ୨୦୨୬ ଅୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର : ଡିଜିଟାଲ୍ କ୍ରିଏଟର, କଳାକାର ଓ ଉଦ୍ୟୋଗୀଙ୍କୁ ସମ୍ମାନିତ କରିଛି ପିପିଏଲ୍ ଓଡ଼ିଆ | ଓଡ଼ିଶାର ଡିଜିଟାଲ୍ ମିଡିଆ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପିପିଏଲ୍ ଓଡ଼ିଆ ପକ୍ଷରୁ କ୍ରିଏଟର୍ ଆଇକନ୍ସ ଆୱାର୍ଡସ୍ ୨୦୨୬ ଅୟୋଜିତ ହୋଇଯାଇଛି । ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏସନ୍, କଳା, ସଂସ୍କୃତି, ସାମାଜିକ ସଚେତନତା ଓ ଉଦ୍ୟୋଗ କ୍ଷେତ୍ରରେ ନିଜର ପ୍ରତିଭା ଓ ସୃଜନଶୀଳତା ମାଧ୍ୟମରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଣ୍ଟେଣ୍ଟ କ୍ରିଏଟର୍ସ ଓ କଳକାର ଙ୍କୁ ଏହି ମଞ୍ଚରେ ସମ୍ମାନିତ କରାଯାଇଛି | 'ପାୱାର ଟୁ କ୍ରିଏଟ, କରେଜ୍ ଟୁ ଇନ୍ସପାୟାର୍' ଶୀର୍ଷକ ଓ ବାର୍ତ୍ତାକୁ ନେଇ ଆୟୋଜିତ ଏହି ସମ୍ମାନ ସମାରୋହରେ ରାଜ୍ୟ ର କୋଣ ଅନୁକୋଣ ରୁ ଆସିଥିବା ୧୦୦ ରୁ ଅଧିକ କଣ୍ଟେଣ୍ଟ କ୍ରିଏଟର, ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର, କଳାକାର ଓ ଉଦ୍ୟୋଗୀଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଓଡ଼ିଶାର ପ୍ରତିଭାବାନ ସୃଜନଶୀଳ ବ୍ୟକ୍ତିତ୍ୱଙ୍କୁ ଏକ ମଞ୍ଚରେ ଏକତ୍ରିତ କରିବା ସହ ସେମାନଙ୍କ ସଫଳତା ଓ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା। ଓଡ଼ିଶା କ୍ରିଏଟର୍ସ କମ୍ୟୁନିଟି ସହଯୋଗ ରେ ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ଅୟୋଜିତ ହୋଇଯାଇଛି । ଡିଜିଟାଲ୍ ମାଧ୍ୟମରେ ଓଡ଼ିଆ ଭାଷା, ସଂସ୍କୃତି, ପର୍ଯ୍ୟଟନ ଓ ସାମାଜିକ ବାର୍ତ୍ତାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନୂତନ ପିଢ଼ିର କ୍ରିଏଟରମାନଙ୍କୁ ପ୍ରୋତ୍ସାହନ ଦେବା ଏହି ଆୟୋଜନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। ପିପିଏଲ୍ ଓଡ଼ିଆ ର ନବମ ବର୍ଷର ଯାତ୍ରା ଜାରି.... ୨୦୧୭ ମସିହାରୁ ନିଜର ଯାତ୍ରା ଆରମ୍ଭ କରିଥିବା ପିପିଏଲ୍ ଓଡ଼ିଆ ର ନବମ ବର୍ଷର ଉତ୍ସବ ଅବ୍ୟାହତ ରହିଛି। ସମ୍ବାଦ ପରିବେଷଣ ସହିତ ସାମାଜିକ, ସାଂସ୍କୃତିକ ଓ ସୃଜନଶୀଳ କ୍ଷେତ୍ରରେ, ପଜିଟିଭ୍ ଜର୍ଣ୍ଣାଲିଜିମ୍ କୁ ସବୁବେଳେ ପ୍ରଧ୍ୟାନ୍ୟ ଦେଇ ବିଭିନ୍ନ ପ୍ରୟାସ ମାଧ୍ୟମରେ ପିପିଏଲ୍ ଓଡ଼ିଆ ନିଜର କାର୍ଯ୍ୟକ୍ଷେତ୍ରକୁ ବିସ୍ତାର କରିଆସୁଛି। କ୍ରିଏଟର୍ ଆଇକନ୍ସ ଆୱାର୍ଡସ୍ ୨୦୨୬ ଏହି ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଏହା କେବଳ ଏକ ପୁରସ୍କାର ପ୍ରଦାନ ସମାରୋହ ନୁହେଁ, ବରଂ ଓଡ଼ିଶାର କ୍ରିଏଟର ଓ ସୃଜନଶୀଳ ପ୍ରତିଭାମାନଙ୍କୁ ନୂଆ ସୁଯୋଗ, ପରିଚୟ ଓ ପ୍ରେରଣା ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସ। ପିପିଏଲ୍ ଓଡ଼ିଆ ର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ କହିଛନ୍ତି, ଏହି ସମ୍ମାନ ସମାରୋହ ଓଡ଼ିଶାର ଡିଜିଟାଲ୍ କ୍ରିଏଟର ଇକୋସିଷ୍ଟମ୍‌କୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ ଦିନରେ ଅନେକ ପ୍ରତିଭାଙ୍କୁ ନିଜର ସୃଜନଶୀଳ ଯାତ୍ରା ଜାରି ରଖିବାକୁ ପ୍ରେରଣା ଦେବ। ଏହି ଉତ୍ସବରେ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସଂତୃପ୍ତ ମିଶ୍ର ଓ ସମ୍ମାନନୀୟ ଅତିଥି ଭାବେ ଓଲିଉଡ୍ ର ପ୍ରସିଦ୍ଧ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଯୋଗ ଦେଇଥିଲେ | ଏଥି ସହିତ ଲୋକପ୍ରିୟ କଣ୍ଠଶିଳ୍ପୀ ଅମ୍ରିତା ନାୟକ, ମୋନାଲି ମଧୁସ୍ମିତା, ଯୁବ ଉଦ୍ୟୋଗୀ ଶୁଭମ୍ ମହାନ୍ତି, ପ୍ରଯୋଜକ ତଥା ସଫଳ ଉଦ୍ୟୋଗୀ ଏନ୍ ଗଙ୍ଗାଧର ରେଡ୍ଡୀ, ମହିଳା ଉଦ୍ୟୋଗୀ ପ୍ରତିଚି ବେହେରା, ବରିଷ୍ଠ ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ, ଡଃ ଜୟନ୍ତ କୁମାର ଦାଶ, ବାସନ୍ତି ସିଂ, ଯୁବ ଉଦ୍ୟୋଗୀ ଏସ୍ କେ ଅର୍ଶଦ ଅଲ୍ଲୀ ପ୍ରମୂଖ ଯୋଗଦେଇ କ୍ରିଏଟର୍ସ ମାନଙ୍କୁ ଉତ୍ସାହିତ କରିଥିଲେ |

powered by social2s