ଆଜି ବିଦାୟ ନେବେ ମା' ଦୁର୍ଗା; କଟକରେ ଆରମ୍ଭ ହେଲା ଭସାଣ ଶୋଭାଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଆଜି ବିଦାୟ ନେବେ ମା' ଦୁର୍ଗା । ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଭସାଣ ଶୋଭାଯାତ୍ରା ହେବ। ସୁରୁଖୁରୁରେ ଭସାଣି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। କଟକ ସହର ଚାରିପଟେ ଭସାଣି ପାଇଁ ଅସ୍ଥାୟୀ ପୋଖରୀ ଖୋଳାଯାଇଛି। ଶୋଭାଯାତ୍ରାରେ ଡିଜେ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛି କମିଶନରେଟ ପୋଲିସ। କଟକର ବିଭିନ୍ନ ମଣ୍ଡପରୁ ଶୋଭାଯାତ୍ରା ବାହାରୁଛି। ସାହି ପରିକ୍ରମା କରି ଦେବୀଗଡ଼ା ଅଭିମୁଖେ ଯିବ। ଗତରାତିରେ ୧୬ଟି ମେଢ଼ ବିସର୍ଜନ ହୋଇ ସାରିଛି। ଭୁବନେଶ୍ୱର ନୟାପଲ୍ଲୀ ଓ ସହିଦ ନଗର ଦୁର୍ଗା ପୂଜା ମଣ୍ଡପରେ ଭସାଣି ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।

powered by social2s