ଭିକ୍ଷା କରୁଛି ମା ତବ ପାଦ ପଦ୍ମେ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭିକ୍ଷା କରୁଛି ମା ତବ ପାଦ ପଦ୍ମେ, ପୀଡା, ଦୁଃଖ ଆଉ ଯାତନା ନରହୁ କାହାର; ସୁଗନ୍ଧରେ ଭରିଯାଉ, ବିଭୀଷିକା ଟଳିଯାଉ, ତ୍ରାହି ପାଇଯାଉ ଏ ଭବ ସାଗର | ପାର୍ବଣ ତିଥିରେ ହେ "ମାତେ", କଲ୍ୟାଣ କରିବୁ ଆମକୁ, ଧୁମମୟ ଆକାଶ ମଳିନ ପଡିବ ; ଚାହିଁଥିବା ସଦା ଆମେ ତବ ଆଶିଷକୁ, କର୍ପୁର ବାସନା ଭରିଦେଉ କ୍ଷତ ସମୂହକୁ ପାଇ ତବ କୋମଳ ଶାନ୍ତ୍ୱନା : ଯୁଗେ ଯୁଗେ ଆଳତୀ କରିବୁ ମାତେ ଗାଇ ତୋ ଯଶସ୍ବୀ ବର୍ଣନା | ପୂର୍ଣ୍ଣ ହେଉଛି ସଦା ଆମ ଅନିବାର୍ଯ୍ୟ କାମନା, ଏଥର ବି ତୃପ୍ତ ହେବୁ ଆମେ ଲଭି ତୋ ପୁଣ୍ୟ ବାସନା | ମାଗୁଛି "ମା " ତୋତେ ଆଜି, ତୋ କାୟା ଅନୁକମ୍ପା : କରିଦେ ଏ ବିଶ୍ୱ କୁ ମାତେ, ଏକ ସୁବର୍ଣ୍ଣ, ଶୁଶୋଭିତ,ରେଣୁଭରା ଚମ୍ପା | କୋଣେ କୋଣେ ଏ ଜଗତ ରେ, ପୀଡା ପାଉଛନ୍ତି, କେତେ ଯେ ନିରୀହ ମଣିଷ, ଉଠାଇ ଦେ ମା ସଭିଙ୍କୁ, ଦେଇ ତୋ ମଧୁର ପିୟୁଷ | ଜନନୀ ତୁହି ମା କରୁଣାମୟୀ, କରିଦେ ଏ ଜଗତ କୁ ଶ୍ରାବଣୀମୟୀ, ଅସୁର ନାଶିନୀ, ପାପ ବିନାଶିନୀ, ତୁ ହିଁ ପାରିବୁ ଟାଳି ; ଆମ ବେଦନର କୋହ, ତୋହରି ଭୁଜାରେ ମାତେ ପୋଛି ହୋଇଯାଉ. ନୟନୁ ଆମର ଲହୁର ଲୁହ | ଯା ଦେବୀ ସର୍ବ ଭୁତେଷୁ, ଦେବୀ ରୁପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ | ଡ଼ ଜୀବନ କୃଷ୍ଣ ମିଶ୍ର।

powered by social2s