ଭୁବନେଶ୍ୱର: ପବିତ୍ର ଧନତେରସ ଅବସରରେ ଆଜି ସକାଳୁ ହିଁ ଚଳଚଞ୍ଚଳ ହୋଇ ଉଠିଛି ବଜାର। ଧନତେରସକୁ ଧନ ଓ ସମୃଦ୍ଧିର ପର୍ବ ଭାବେ ମନାଯାଇଥାଏ। ଏହି ଦିନ ନୂଆ ଜିନିଷ କିଣିବା ଶୁଭ ବୋଲି ବିଶ୍ୱାସ ରହିଛି। ତେଣୁ ସକାଳୁ ସକାଳୁ ଲୋକେ ବଜାରକୁ ବାହାରି ଆସିଛନ୍ତି। ସୁନା, ରୂପା ଓ ବାସନକୁସନ କିଣିବା ପାଇଁ ଗହଣା ଦୋକାନଠାରୁ ଆରମ୍ଭ କରି ବିଭିନ୍ନ ମାର୍କେଟରେ ଲାଗିଛି ଗ୍ରାହକଙ୍କ ଭିଡ଼। ସୁନା ଦୋକାନଗୁଡ଼ିକରେ ବିଶେଷ ଭିଡ଼ ଦେଖିବାକୁ ମିଳିଛି। କେହି ସୁନା ମୁଦି, କେହି କାନଫୁଲ, କେହି ହାର ତ ଆଉ କେହି ରୂପା ମୁଦ୍ରା ଓ ବାସନ କିଣୁଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବ୍ୟବସାୟୀଙ୍କ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଉଛି। ମେକିଂ ଚାର୍ଜରେ ରିହାତି, କ୍ୟାସବ୍ୟାକ୍ ଓ ଉପହାର ଭଳି ଅଫର ଗ୍ରାହକଙ୍କୁ ଆକୃଷ୍ଟ କରୁଛି। କେବଳ ସୁନା ରୂପା ନୁହେଁ, ନୂଆ ଗାଡ଼ି ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ କିଣୁଛନ୍ତି ଲୋକେ। ଗାଡ଼ି ଶୋରୁମ୍ ଓ ଇଲେକ୍ଟ୍ରୋନିକ୍ସ ଦୋକାନରେ ମଧ୍ୟ ଭିଡ଼ ଜମିଛି। ଆଗାମୀ ଦୀପାବଳିକୁ ନେଇ ବଜାରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।
ଧନତେରସରେ ଚଳଚଞ୍ଚଳ ବଜାର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

