ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ପାଇଁ ଭୁବନେଶ୍ୱରରେ ଜମିଛି ବାଣ ବ୍ୟବସାୟ। ମନ ପସନ୍ଦର ବାଣ କିଣି ନେଉଛନ୍ତି ଲୋକେ। ଏଥର ବଜାରରେ ଗ୍ରୀନ୍ ବାଣର ଚାହିଦା ବେଶ୍ ରହିଛି। ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଜଟଣୀ ବାଣ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଛି। ଶସ୍ତାରେ ଓ ହୋଲସେଲ୍ ଦରରେ ବିଭିନ୍ନ କିସମର ବାଣ ମିଳୁଥିବାରୁ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ, ଭୁବନେଶ୍ୱର ଓ ଆଖପାଖ ଜିଲ୍ଲାରୁ ମଧ୍ୟ ହଜାର ହଜାର ଲୋକ ବାଣ କିଣିବାକୁ ଛୁଟି ଆସୁଛନ୍ତି।
powered by social2s

