ଦୀପାବଳିରେ ଜନମାଟିରେ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: ଦୀପାବଳି ପର୍ବ ସମସ୍ତଙ୍କ ପାଇଁ ଆଲୋକର ପର୍ବ। କିନ୍ତୁ ଏହି ପର୍ବ ଦିନରେ ମଧ୍ୟ ଲୋକଙ୍କ ଠାରୁ ଦୂରେଇ ରହିଲେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇ ସେ ସାଧାରଣ ଲୋକଙ୍କ ସହ ମିଶି ଦୀପାବଳି ପାଳିବା ସହ ସେମାନଙ୍କ ଅଭିଯୋଗ ଶୁଣିଲେ। କେନ୍ଦୁଝରରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଶହ ଶହ ଲୋକ ପହଞ୍ଚିଥିଲେ। ଜମି ବିବାଦ, ରାସନ କାର୍ଡ, ଆବାସ ଯୋଜନା, ଭତ୍ତା, ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ସହ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଲୋକଙ୍କ କଥା ଧୈର୍ଯ୍ୟର ସହ ଶୁଣିଥିଲେ। ଅଭିଯୋଗ ପତ୍ର ନିଜେ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କୌଣସି ଗରିବ ଲୋକ ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସେ କହିଥିଲେ। ଜନଶୁଣାଣି ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହ ଦୀପାବଳିର ଶୁଭେଚ୍ଛା ବିନିମୟ କରିଥିଲେ। ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ ବୋଲି କାମନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ନିଜ ଗାଁ ମାଟିରେ ପାଇ ଲୋକେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା।

powered by social2s