ଭୁବନେଶ୍ୱର: ଫନି ଓ ଅମ୍ପାନ ଠାରୁ ବତ୍ୟା ୟାସ୍ ର ପ୍ରଭାବ କମ୍ ରହିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଧାମରା ଓ ଚାନ୍ଦବାଲି ଲ୍ୟାଣ୍ଡଫଲ କରିବ ବୋଲି ସେ ସୂଚନା ଦେଇଛନ୍ତି।
ରାଜ୍ୟର ୪ଟି ବନ୍ଦର ପାଇଁ ବିପଦ ସଂକେତ ଜାରି କରାଯାଇଛି।
ଧାମରା ଓ ପାରାଦୀପ ରେ ୧୦ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ସେହିଭଳି ପୁରୀ ପାଇଁ ୮ ନମ୍ବର ଓ ଗୋପାଳପୁର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି।
ସୂଚନାଯୋଗ୍ୟ ଭଦ୍ରକରେ ୭ କିମି ଯାଏ ସମୁଦ୍ର ଜଳ ସ୍ଥଳଭାଗ କୁ ମାଡି ଆସିବ।
ସେହିଭଳି ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲାରେ ୨.୫ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଜଳ ସ୍ଥଳଭାଗକୁ ମାଡି ଆସିବାର ସମ୍ଭାବନା ରହିଛି। ଜୁଆରପାଇଁ ପାଣି ମାଡି ଆସିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।
powered by social2s

