ଭୁବନେଶ୍ୱର: ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାର ସବୁ ବ୍ଲକ୍ରେ ରିଲିଫ୍ ମିଳିବ। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସବୁ ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ, ୨ ହଜାର ୫ ଶହ ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିବା ପ୍ୟାକେଜ୍ ସହ ଏହି ରିଲିଫ୍ ପ୍ରଦାନ କରାଯିବ। ଏହି ୩ ଜିଲ୍ଲାର ସବୁ ପ୍ରଭାବିତ ପରିବାରକୁ ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିବିଟି ଜରିଆରେ ୨ ହଜାର ୫ ଶହ ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ଚାଉଳ ଓ ଟଙ୍କା ବଣ୍ଟନ ରିପୋର୍ଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
powered by social2s

