ଯୁବବର୍ଗଙ୍କୁ ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା ରହିଛି: ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବୋଧନ କରିଛନ୍ତି। ABVPର ଛାତ୍ରନେତାଙ୍କୁ ସ୍ୱାଗତ କରିବା ସହ କଲେଜ ନିର୍ବାଚନରେ ବିଜୟୀ ABVP ଛାତ୍ରନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଛାତ୍ର ଜୀବନ ସବୁଠୁ ସୃଜନଶୀଳ ଓ ଶକ୍ତିଶାଳୀ ହେବା ସମୟ। ସ୍ୱାବଲମ୍ବୀ ପାଇଁ ଯୁବବର୍ଗଙ୍କ ଦକ୍ଷତା ବିକାଶ ଜରୁରୀ। ଯୁବବର୍ଗଙ୍କୁ ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଯୁବବର୍ଗ ସଶକ୍ତ ହେଲେ ଦେଶ, ବିଦେଶରେ ନାଁ କରିପାରିବେ। ଡବଲ୍ ଇଞ୍ଜିନ ସରକାରରେ ଲୋକଙ୍କୁ ଡବଲ୍ ଫାଇଦା ମିଳୁଛି। ମୋଦିଙ୍କ ନେତୃତ୍ବରେ ଭାରତ ଅଗ୍ରସର, ଆଗକୁ ବିଶ୍ୱଗୁରୁ ହେବ। ଆମକୁ ଓଡ଼ିଆ ଅସ୍ମିତାକୁ ନେଇ ଆଗକୁ ବଢ଼ିବାକୁ ହେବ। `ରାଷ୍ଟ୍ର ସର୍ବୋପରି'ର ଦୃଢ଼ ମାନସିକତା ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

powered by social2s