ପଟ୍ଟାମୁଣ୍ଡାଇ: ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଜିଲ୍ଲା ବନ ଅଧିକାରୀ ରାତ୍ରୀଯାପନ ବୁକିଂକୁ ବାତିଲ୍ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଜରୁରୀ ପଦକ୍ଷେପ ନିଆଯାଇଛି। ସେହିପରି ଜାତୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ୨ ଦିନ ବନ୍ଦ ଘୋଷଣା କରାଯାଇଛି। ରାଜ୍ୟ ବଟାନିକାଲ୍ ଗାର୍ଡେନ୍ ମଧ୍ୟ ୨ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।
powered by social2s

