ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଆକ୍ଭାନ୍’ର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଚାଲିଥିବା ପୁନରୁଦ୍ଧାର, ନଦୀବନ୍ଧ ଘାଇ ମରାମତି ଓ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବନ୍ୟା ନିୟନ୍ତ୍ରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସଂଲଗ୍ନ ଅଞ୍ଚଳର ଜନସାଧାରଣଙ୍କ ସୁରକ୍ଷା ପାଇଁ କ୍ଷେତ୍ରୀୟ ଡିଭିଜନଗୁଡ଼ିକ ପକ୍ଷରୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଡ୍ରେନେଜ୍ ଡିଭିଜନ ପକ୍ଷରୁ କଳିଙ୍ଗ ବିହାର ଓ ଦୁରା ନିକଟସ୍ଥ ବାହାନା ନାଳ, ଚଣାମେରୀ ଗ୍ରାମ ନିକଟସ୍ଥ ତପ୍ତପାଣି ନାଳ ଏବଂ ପାତ୍ରପୁର ବ୍ଲକ୍ର ଗୁଡ଼ିପଦର ଗ୍ରାମ ନିକଟସ୍ଥ ପଦ୍ମତୋଳା ନାଳରେ ଘାଇ ମରାମତି କାର୍ଯ୍ୟ ହାତକୁ ନିଆଯାଇଛି। ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଏହି ସମ୍ବେଦନଶୀଳ ଜଳ ନିଷ୍କାସନ ବ୍ୟବସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଏହି କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ। ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତ ପୁନରୁଦ୍ଧାର ଓ ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି। ପ୍ରାଥମିକତା ଭିତ୍ତିରେ ଆବଶ୍ୟକ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା, ନିୟମିତ ତଦାରଖ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ମାନବସମ୍ବଳ, ଯନ୍ତ୍ରପାତି ଓ ନିର୍ମାଣ ସାମଗ୍ରୀ ଉପଲବ୍ଧ ରଖିବାକୁ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ମାଟି କାମ, ବାଲିବସ୍ତା ପକାଇବା ଓ ନଦୀବନ୍ଧର ଦୁର୍ବଳ ଅଂଶଗୁଡ଼ିକୁ ସୁଦୃଢ଼ କରିବା କାର୍ଯ୍ୟ ଚାଲିଛି। ଏଥିସହ ଜଳର ସୁଗମ ନିଷ୍କାସନ ଓ ସ୍ଥାନୀୟ ଜଳବନ୍ଦୀ ସମସ୍ୟା ହ୍ରାସ କରିବା ପାଇଁ ଜଳ ନିଷ୍କାସନ ପଥର ଉନ୍ନତିକରଣ ଓ ସଫେଇ କାର୍ଯ୍ୟ ମଧ୍ୟ କରାଯାଉଛି। ପୁନରୁଦ୍ଧାର କାର୍ଯ୍ୟ ସହିତ ମରାମତି ହୋଇଥିବା ଅଞ୍ଚଳ, ସଂଲଗ୍ନ ନଦୀବନ୍ଧ ଓ ଜଳ ନିୟନ୍ତ୍ରଣ ସଂରଚନାଗୁଡ଼ିକ ଉପରେ କ୍ଷେତ୍ର କର୍ମଚାରୀମାନେ ନିରନ୍ତର ନଜର ରଖିଛନ୍ତି। ନଦୀବନ୍ଧରେ ମାଟି ଧୋଇଯିବା, ଜଳ ନିର୍ଗମନ ବା ଗଠନଗତ ଦୁର୍ବଳତାର ଲକ୍ଷଣ ଚିହ୍ନଟ କରିବା ଏବଂ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବା ପାଇଁ ନିୟମିତ ଯାଞ୍ଚ ଓ ପାଟ୍ରୋଲିଂ କରାଯାଉଛି।
ବାତ୍ୟା ମୁକାବିଲା ପ୍ରସ୍ତୁତି: ପୁନରୁଦ୍ଧାର ଓ ନଦୀବନ୍ଧ ଘାଇ ମରାମତି କାର୍ଯ୍ୟକୁ ଜୋରଦାର କଲା ଜଳ ସମ୍ପଦ ବିଭାଗ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

