ଆଜିଠାରୁ ଆରମ୍ଭ ହେଲା ପବିତ୍ର ପଞ୍ଚୁକ ବ୍ରତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ ବ୍ରତ। ଧର୍ମ ମାସ କାର୍ତ୍ତିକ ପଞ୍ଚୁକ ବ୍ରତର ପ୍ରଥମ ଦିନ। ଚଳିତବର୍ଷ ପଞ୍ଚୁକ ୫ ଦିନ ବଦଳରେ ତିଥି କ୍ଷୟ ଯୋଗୁଁ ୪ ଦିନ ପଡୁଛି। ନଭେମ୍ବର ୨୪ ତାରିଖରେ ପାଳନ ହେବ କାର୍ତ୍ତିକ ପୁର୍ଣ୍ଣିମା। ମାର୍କେଟ ଛକ ଠାରୁ ଶ୍ରଦ୍ଧାଳୁମାନେ ୮ ଥାକିଆ ବାରିକେଡ ମାଧ୍ୟମରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଟ୍ରାଫିକ ସୁପରିଚାଳନା ଓ ଭିଡ଼ ନିୟନ୍ତ୍ରଣ ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

powered by social2s