ବାତ୍ୟା ଅକୱାନ୍‌ ଯୋଗୁଁ ଗଞ୍ଜାମ ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଏବେ ଲଘୁଚାପରେ ପରିଣତ ହୋଇଛି ବାତ୍ୟା ଅକୱାନ୍‌। ବାତ୍ୟା ଅକୱାନ୍‌ ଯୋଗୁଁ ଗଞ୍ଜାମ ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି ବୋଲି ସୂଚନା ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ। ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଛି। କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ତୁରନ୍ତ ରିଲିଫ ପ୍ରଦାନ କରାଯିବ। ଗଞ୍ଜାମର ୪ଟି ବ୍ଲକରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି। ୭ଟି ବ୍ଲକରେ ୧୦୦ରୁ ୨୦୦ମିମି ଯାଏଁ ବର୍ଷା ରେକର୍ଡ କରାଯାଇଛି। ଭୂସ୍ଖଳନ ଆଶଙ୍କାରେ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ବୁଝାମଣା କରାଯିବ। ଭୂସ୍ଖଳନ ପରବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ଆଲୋଚନା କରାଯିବ।

powered by social2s