ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସାରା ଓଡ଼ିଶାରେ ଭକ୍ତିମୟ ପରିବେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ବଡ଼ି ଭୋରରୁ ନଦୀ, ପୁଷ୍କରିଣୀ ଓ ସମୁଦ୍ର କୂଳରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ପବିତ୍ର ସ୍ନାନ ପରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଉଛନ୍ତି। ‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ ଏହି ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ଓଡ଼ିଶା। ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଛି ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟ। ଆଜିଠାରୁ ମହାନଦୀ କୂଳରେ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏହି ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

powered by social2s