କଟକ: ଐତିହାସିକ କଟକ ବାଲିଯାତ୍ରାକୁ ଉଦ୍ଘାଟନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସାହସିକତାକୁ ମନେ ପକାଇଛନ୍ତି। ସେ କହିଛନ୍ତି, ସାଧବ ପୁଅଙ୍କ ଠାରୁ ଆଜିର ପିଢ଼ି ବହୁତ କିଛି ଶିଖି ପାରିବ। ଥରେ ନୌବାଣିଜ୍ୟରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ଥିଲା। ୨୦୩୬ରେ ଓଡ଼ିଶା ଗଠନର ଶହେ ବର୍ଷ ପୂରଣ ହେବ। ଆଗାମୀ ଦିନରେ ଓଡ଼ିଶା ଦେଶର ପ୍ରମୁଖ ଶିଳ୍ପ ହବ୍ ଭାବେ ଉଭା ହେବ ବୋଲି ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି। ମଧୁ ବାବୁ ୧୯୦୪ରେ କଟକରେ ପ୍ରତିଷ୍ଠା କରିଥିବା ଉତ୍କଳ ଟ୍ୟାନେରୀ ଆଜି ବି ଯୁବକମାନଙ୍କ ପାଇଁ ପ୍ରେରଣା। କନ୍ଧମାଳ ହଳଦୀ ଓ କୋରାପୁଟ କଫି ଆଜି ଦେଶବ୍ୟାପୀ ପରିଚିତ। ବାଲି ଦ୍ଵୀପ ସହ ଓଡ଼ିଶା ସରକାରଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି। ଶେଷରେ ରାଷ୍ଟ୍ରପତି କହିଛନ୍ତି, ନଦୀ ଆମ ମାଆ। ତାକୁ ପ୍ରଦୂଷିତ କରିବା ନୁହେଁ। ମେଳା ପରେ ନଦୀକୁ ସଫା ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ।
powered by social2s

