ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର, ଓଡ଼ିଶା ଲଳିତ କଳା ଏକାଡ଼େମୀ ଓ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ, ଭୁବନେଶ୍ୱର ର ମିଳିତ ଆନୁକୁଲ୍ୟରେ ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ର ଚରଣ ମହାନ୍ତି ଙ୍କର ରଜ୍ୟ ସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବ ରାଜ୍ୟ ସଂଗ୍ରହାଳୟ କକ୍ଷ, ଭୁବନେଶ୍ବର ଠାରେ ପାଳନ କରାଯାଇଅଛି । ଏହି ଉତ୍ସବରେ କଲେଜର ପ୍ରତିଷ୍ଠାତା, ଅଧ୍ଯକ୍ଷ, ଚିତ୍ରଶିଳ୍ପୀ ଶ୍ରୀ ତାରାକାନ୍ତ ପରିଡା, ସଭାପତିତ୍ବ କରିଥିଲେ ଏବଂ ଉତ୍ସବରେ ଅନ୍ୟମାନଙ୍କ ମଧ୍ଯରେ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୟନ୍ତ କୁମାର ଦାସ ମୁଖ୍ୟ ଅତିଥୁ, ଓ ସମ୍ମାନିତ ଅତିଥି ରୁପେ ପ୍ରଫେସର ଅଞ୍ଜନ କୁମାର ସାହୁ, ତାଙ୍କର ସନ୍ତାନ କ୍ୟାପେଟେଜ୍ ଡି. କେ. ମହାନ୍ତି ଏବଂ ଡ଼. ପଞ୍ଚାନନ ସ।ମଲ, ଅଧ୍ଯକ୍ଷ, ଧଉଳି ଚାରୁକଳ। ମହାବିଦ୍ୟାଳୟ ପ୍ରମୁଖ ଯୋଗ ଦେଇ ମହାନ ଶିଳ୍ପୀଙ୍କର ଭସ୍କର୍ଯ୍ୟ କଳା ପ୍ରତି ଅବଦାନ ବିଷୟରେ ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆମ୍ବ। ପ୍ରତି ଗଭୀର ସମବେଦନା ଜଣାଇଥିଲେ । ପରିଶେଷରେ ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ବାରା ପ୍ରାୟୋଜିତ ପ୍ରାମଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବରେଣ୍ୟ ଚିତ୍ରଶିଳ୍ପୀ, ବିଶିଷ୍ଟ ମନ୍ୟଗନ୍ୟ ବ୍ୟକ୍ତି ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଏବଂ ଏକାଡ଼େମୀର ସମସ୍ତ କର୍ମକର୍ଭ ଉପସ୍ଥିତ ଥିଲେ । ଶେଷରେ କଳିଙ୍ଗ ଚାରୁକଳ| ମହାବିଦ୍ୟାଳୟର ଅତିଥି ଅଧ୍ୟାପକ ଶ୍ରୀଯୁକ୍ତ ନିଗମାନନ୍ଦ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଲୁଇସିଆନା ଗବେଷଣା ବିଶ୍ବବିଦ୍ୟାଳୟ ପକ୍ଷରୁ ଶ୍ରୀ ସୁନୀଲ୍ କୁମାର ଡାକୁଆ ଡକ୍ଟରଟ୍ ଉପାଧ୍ ପାଇଥିବାରୁ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ତରଫରୁ ତାଙ୍କୁ ଅତିଥ୍ ମାନଙ୍କ ଦ୍ବାରା ସମ୍ବର୍ଧନ ଦିଆଯାଇଥିଲା ।
ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ର ଚରଣ ମହାନ୍ତି ଙ୍କର ଜନ୍ମ ଜୟନ୍ତୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

