ବାଘ ସତର୍କତା: ଛାତ୍ରଛାତ୍ରୀଙ୍କୁ ସନ୍ଧ୍ୟା ପରେ ନ ବୁଲିବାକୁ ନିର୍ଦ୍ଦେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟସ୍ଥ ଓରାମପଡ଼ା ଅଞ୍ଚଳରେ ବାଘ ସତର୍କତା ଜାରି କରାଯାଇଛି। ଏହି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିଶେଷ କରି ସନ୍ଧ୍ୟା ଓ ରାତିରେ ଏକାକୀ ନ ବୁଲିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜଙ୍ଗଲ, ବୁଦା ଏବଂ ବିଚ୍ଛିନ୍ନ ଅଞ୍ଚଳରୁ ଦୂରେଇ ରହିବାକୁ କୁହାଯାଇଛି। ବନ୍ୟପ୍ରାଣୀ ସହ ସେଲ୍‌ଫି ନେବାକୁ ଚେଷ୍ଟା ନ କରିବାକୁ ମଧ୍ୟ ସତର୍କ କରାଯାଇଛି। କୌଣସି ଅଜଣା ଜନ୍ତୁ ଦେଖିଲେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଏବଂ ଜରୁରୀ ପରିସ୍ଥିତିରେ ୧୧୨କୁ କଲ୍ କରିବାକୁ ପରାମର୍ଶ ଦିଆଯାଇଛି।

powered by social2s