ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ଆଜି ପୁଣି ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ଅନୁମୋଦିତ ମାନକ ପରିଚାଳନା ପ୍ରଣାଳୀ ଅନୁସାରେ ସମସ୍ତ ଅଧିକୃତ ସଦସ୍ୟଙ୍କ ଉପସ୍ଥିତିରେ ଗଣତିମଣତି ହୋଇଛି।
ସକାଳ ୧୧ଟା ୨୬ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୬ ଯାଏଁ ମୋଟ ୩ ଘଣ୍ଟା ୧୦ ମିନିଟ୍ ଧରି ଏହି ପ୍ରକ୍ରିୟା ଜାରି ରହିଥିଲା।
ଆସନ୍ତାକାଲି ସକାଳ ଧୂପ ନୀତି ପରେ ପୁଣି ଗଣତିମଣତି ଆରମ୍ଭ ହେବ। ସେତେବେଳେ ଭକ୍ତମାନେ ବାହାରକାଠ ପାଖରୁ ଦର୍ଶନ କରିପାରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
powered by social2s

