ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। କଳାହାଣ୍ଡିରୁ ବେଙ୍ଗାଲୁରୁକୁ ଚାଲାଣ କରିବା ଉଦ୍ୟମ ପଣ୍ଡ ହୋଇଛି। ମିଛ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଭଲ ଚାକିରି ଓ ଅଧିକ ଦରମାର ଲୋଭ ଦେଖାଇ ସେମାନଙ୍କୁ ବେଙ୍ଗାଲୁରୁ ନିଆଯାଉଥିଲା ବୋଲି କୁହାଯାଉଛି। ସୂଚନା ପାଇ ରୁଚିକା ସଂଗଠନ ସଦସ୍ୟମାନେ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚି ୨ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୋଲିସକୁ ସୂଚନା ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
powered by social2s

