ଭୁବନେଶ୍ୱର: ଓଡ଼ିଶାର ବାତ୍ୟା ପ୍ରଭାବିତ ଅଂଚଳରେ ଜୋରଦାର ଚାଲିଛି ପୁନରୁଦ୍ଧାର କାର୍ଯ୍ୟ। ବାଲେଶ୍ୱର ଓ ଭଦ୍ରକ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ବାତ୍ୟା ୟାସ ଦୁର୍ବଳ ହୋଇ ଝାଡ଼ଖଣ୍ଡ ରେ ପହଞ୍ଚିଛି। ପାଣିପାଗ ବିଶେଷଜ୍ଞ ଡ଼ ଶରତ ଚନ୍ଦ୍ର ସାହୁ କହିବା ଅନୁଯାୟୀ, ବାତ୍ୟା ସମ୍ପୂର୍ଣ୍ଣ ଦୁର୍ବଳ ହୋଇଥିବାରୁ ବିଶେଷ ବର୍ଷା ର ସମ୍ଭାବନା ନାହିଁ। କିନ୍ତୁ ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ଯେମିତିକି କେନ୍ଦୁଝର, ବୌଦ୍ଧ ଓ ଦେବଗଡ଼ ରେ ଅଳ୍ପ ବହୁତ ବର୍ଷା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି। ଏହା ସନ୍ଧ୍ୟା ପରେ ଧୀରେ ଧୀରେ କମିବ ବୋଲି କହିଛନ୍ତି ଡ଼ ସାହୁ ।
powered by social2s

