ସହିଦନଗର ଦୁର୍ଗାପୂଜା ସମିତିର ଦୁଇ ବରିଷ୍ଠ କାର୍ଯ୍ୟକାରୀ ସଭ୍ୟଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ସହିଦନଗର ଦୁର୍ଗାପୂଜା ସମିତିର ଦୁଇ ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ଶ୍ରୀ ନିତ୍ୟାନନ୍ଦ ପାଲଟା ସିଂ ଓ ଶ୍ରୀ ମହେନ୍ଦ୍ର କୁମାର ନନ୍ଦ।ଙ୍କ ବିୟୋଗରେ ଗୁଗୁଲ ମିଟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା।

 

ଦୁଇ ବରିଷ୍ଠ ସଭ୍ୟ ସେମାନଙ୍କର କାର୍ଯ୍ୟ ନିମନ୍ତେ ସମିତି ତଥା ସମସ୍ତଙ୍କର ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ପାଇ ପାରିଥିଲେ। ମା ଦୁର୍ଗା ଙ୍କ ପୂଜା କରିବାରେ ସର୍ବଦା ଶାନ ଭାଇମାନଙ୍କୁ ଉସ୍ଥାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଆମର ମା ଙ୍କ ପାଖରେ ଗୋଟିଏ ପ୍ରାଥନା ଥିଲା ଆମେ କୁଆଡେ ଆସିଛୁ କୁଆଡେ ଯିବୁ, ମା ତୁ ଯୁଆଡେ ନେବୁ ଆମେ ସିଆଡେ ଯିବୁ, ତୋ ପାଇଁ ଆମେ ନିଜକୁ ନିଜେ ଭୁଲିବୁ, ଅଭାବେ ତୋ ଭାବ କୁ ଆମେ ଭଜୁଥିବୁ ବୋଲି କହିଛନ୍ତି ସମିତିର ସମ୍ପାଦକ ନାରାୟଣ ମହାପାତ୍ର।

 

ଏହି ଦୁଇ ବରିଷ୍ଠ ସଦସ୍ୟ ମାନଙ୍କ ବିୟୋଗରେ ସମିତିର ସଦସ୍ୟ ମାନଙ୍କ ଭିତରେ ଶୋକର ଛାୟା ଖେଳି ଯାଇଛି। ଆଜିର ସଭାରେ ସେମାନଙ୍କ ସ୍ମୃତି ରେ ପ୍ରଥମେ ଓମ୍ ଉଚ୍ଚାରଣ ପରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତତ୍ ପରେ ସେମାନଙ୍କ ସ୍ମୃତିର  ଆଲୋଚନା ରେ ସଦସ୍ୟ ମାନେ ଉପସ୍ଥିତ ବହୁ ପୁରୁଣା କଥା କହିଥିଲେ। ଏହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। 

 

ଏହି ଶ୍ରଦ୍ଧାଞ୍ଜଳି ଶୋକ ସଭାରେଶ୍ରୀ ଚନ୍ଦନ କୁମାର ପାଳିତ,ନାରାୟଣ ମହାପାତ୍ର, ଉମାନାଥ ମିଶ୍ର, ମଳୟ ରଞ୍ଜନ ମହାପାତ୍ର, ହରିଶ ପ୍ରସାଦ ରଥ,ଶ୍ରୀନିବାସ ରାଓ, ଲଲିତ ଖୁଣ୍ଟିଆ, ଲଲିତ ମୋହନ ପଣ୍ଡା, ଶରତ ବେହେରା, ଲାବନ୍ୟନେନ୍ଦୁ ମହାନ୍ତି, ବଦ୍ରିନାଥ ଶତପଥୀ , ପ୍ରମୋଦପୃଷ୍ଟି,ଅଚ୍ୟୁତ ପ୍ରସାଦ ବେହେରା, ଦୀପକ ବେହେରା, ଅମିତ୍ କୁମାର ବେହେରା,ସନ୍ତୋଷ ଓଝା, ମନିଷା ପଣ୍ଡା, ଅଜୟ ଚୌଧୁରୀ, ସରୋଜ ପାତ୍ର,ସୁର ନାୟକ ରାଜେଶ ପାତ୍ର,ବିଶ୍ୱପ୍ରସାଦ ମହାନ୍ତି, ସିନୁ ସେଠୀ, ଜିତୁ ରାୟ, ସବ୍ୟସାଚୀ ମହାପାତ୍ର, ସୀତାକାନ୍ତ ମହାପାତ୍ର, ଗୋପାଳ ମହାନ୍ତି, ସୂର୍ଯ୍ୟକାନ୍ତ ରାୟ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଯୋଗଦାନ କରିଥିଲେ।

 

 

powered by social2s