ଖସୁଛି ବୈତରଣୀ ନଦୀର ଜଲସ୍ତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ କାମୁଛି ବୈତରଣୀ ନଦୀର ଜଳସ୍ତର। ବୈତରଣୀ ର ଜଳସ୍ତର ଏବେ ବିପଦ ସଂକେତ ଉପରେ ରହିଛି। ବିପଦ ସଂକେତ ୧୭.୮୩ ମିଟର ଥିଲା ବେଳେ ଜଳସ୍ତର ରହିଛି ୧୮.୯୦ ମିଟର। ଗତକାଲି ରାତିରେ ବୈତରଣୀ ର ଜଳସ୍ତର ଥିଲା ୧୮.୯୮ ମିଟର। ୟାସ ବାତ୍ୟା ଜନିତ ବର୍ଷା ପାଇଁ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା ନଦୀ। ଝାଡ଼ଖଣ୍ଡ ରେ ପ୍ରବଳ ବର୍ଷା ପରେ ଖୋଲିଲା ଗଲୁଡିହି ଵ୍ୟାରେଜ। ଗଲୁଡିହି ବ୍ୟାରେଜ ପାଣି ଯୋଗୁ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା। ଜାମଷୋଳାଘାଟ ଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା। ବନ୍ୟା ଆଶଙ୍କା ଥିବାରୁ ପ୍ରଶାସନ ପ୍ରସ୍ତୁତ ଥିବା କହିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

powered by social2s