ଭୁବନେଶ୍ୱର: ଦେଶ ଏବେ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଛି, ଏପରି ସ୍ଥିତିରେ କେନ୍ଦ୍ର ଉପରେ ଅଧିକ ଚାପ ଦେବାକୁ ଚାହୁଁନାହୁଁ ବୋଲି କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବାତ୍ୟା ୟାସ ପରବର୍ତ୍ତୀ ସ୍ଥିତି ସମୀକ୍ଷ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବାତ୍ୟାର ମୁକାବିଲା ଆମେ ନିଜସ୍ଵ ପାଣ୍ଠିରୁ କରିବୁ।ବାତ୍ୟା ପରେ ଓଡିଶା ଆସିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ନବୀନ କହିଲେ ପ୍ରତିବର୍ଷ ଓଡ଼ିଶା ଦୁର୍ବିପାକ ଓ କ୍ଷୟକ୍ଷତିର ସମ୍ମୁଖୀନ ହେଉଛି। ଦୁର୍ବିପାକର ଦୀର୍ଘସ୍ଥାୟୀ ସମାଧାନ ପାଇଁ ସହାୟତା ଦାବି କରିଛୁ।ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପାଇଁ ଭିତ୍ତିଭୂମି, ବୈଷୟିକ ଜ୍ଞାନକୌଶଳ ଓ ଭୁତଲ କେବୁଲ ବିଛା ପାଇଁ ସହାୟତା, ରାଜ୍ୟ ଉପକୂଳରେ ଝଡ଼ବାତ୍ୟା ନିରୋଧୀ ସୁରକ୍ଷା ବ୍ୟବସ୍ଥା ଓ ଉପକୂଳ ବିପର୍ଯ୍ୟୟ ନିରୋଧୀ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।ପରେ ପ୍ରଧାନମନ୍ତ୍ରୀ ମୋଦି ବାତ୍ୟା କ୍ଷତିଗ୍ରସ୍ତ ବାଲେଶ୍ୱର ଓ ଭଦ୍ରକରେ ଏରିଏଲ ସର୍ଭେ କରିଛନ୍ତି।
powered by social2s

