ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦିପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଟେଷ୍ଟିଙ୍ଗ ହାର ବଢିଥିଲେ ବି ପଜିଟିଭ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି।
ମେ ୨୨ ତାରିଖରେ ରାଜ୍ୟର ମୋଟ ପଜିଟିଭ ସଂଖ୍ୟା ୧୨୮୫୨ ଥିଲା। ଏହା ରାଜ୍ୟର ପିକ୍ କରୋନା ସଂକ୍ରମଣ ବୋଲି କହିପାରିବା।
ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ଅଧିକ ରହିଛି।
ପଡୋଶୀ ଜିଲ୍ଲା ଗୁଡ଼ିକର ସଂକ୍ରମଣ କମୁଥିବା ବେଳେ ଏହା ଆମ ମଧ୍ୟ ଫଳପ୍ରଦ ହୋଇଛି। ଛତିଶଗଡ଼ ଓ ଝାଡଖଣ୍ଡ କୁ ଲାଗି ରହିଥିବା ଆମ ଜିଲ୍ଲା ଗୁଡିକ ରେ ମଧ୍ୟ ଧିରେ ଧିରେ କରୋନା ସଂକ୍ରମଣ କମିଆସୁଛି।
ଆଜିର ଦିନରେ ରାଜ୍ୟରେ ୬୬ ହଜାର ଟେଷ୍ଟିଙ୍ଗ ହୋଇଥିଲା ବେଳେ ଏଥିରେ ୯୫୪୧ ଜଣ ପଜିଟିଭ ରହିଛି। ତେଣୁ ଏହା ୧୪ % ପହଁଚିଛି।
ରାଜ୍ୟର ୧୯ ଟି ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି। ସେହିଭଳି ଧିରେ ଧିରେ କ୍ରିଟିକାଲ୍ ରୋଗୀଙ୍କ ସଂଖ୍ୟା ମଧ୍ୟ କମୁଛି। ଆସନ୍ତା ୨ ସପ୍ତାହରେ ସଂକ୍ରମଣ ଆହୁରି କମିବ ବୋଲି ସେ କହିଛନ୍ତି।
ତେଣୁ ଏହା ନିଶ୍ଚିତ ରାଜ୍ୟ ପାଇଁ ଶୁଭଙ୍କର ରହିବ।
ତେବେ ଡିଆରଡିଓ ପ୍ରସ୍ତୁତ 2 ଡିଜି ଔଷଧର ୫ ହଜାର ପ୍ୟାକେଟ ଅଡର ଦିଆଯାଇଛି। ୭ରୁ ୧୦ ତାରିଖ ମଧ୍ୟରେ ଏହା ରାଜ୍ୟ ସରକାରଙ୍କ ପାଖରେ ଉପଲବ୍ଧ ହେବ ବୋଲି କହିଛନ୍ତି ଏସିଏସ୍ ପ୍ରଦିପ୍ତ ମହାପାତ୍ର।
ଓଡ଼ିଶାରେ କରୋନା ପଜିଟିଭ କମୁଛନ୍ତି: ଏସିଏସ୍
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

