ଲକ୍ଷ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଲକ୍ଷ୍ୟ ଏପରି ହେବା ଉଚିତ୍ ଯାହା କେବେ କ୍ଷୟ ହେବନାହିଁ
ସତରେ ୟେ ଦୁନିଆ କେତେ ବିଚିତ୍ର, ଯେଉଁ ମାନଙ୍କର ଦୃଷ୍ଟି ଶକ୍ତି ଅଛି ସେମାନେ ଆଜି ମନୋବଳ ହରାଇ ନିରାଶବାଦୀ ହୋଇ ଦିଗହରା ହୋଇପଡ଼ିଛନ୍ତି, ହେଲେ ଯାହାର ଦୃଷ୍ଟି ଶକ୍ତି ନାହିଁ ସେ ଆଜି ଦୃଢ ମନୋବଳ ରଖି ମନ ରେ ଅସୁମାରୀ ଆଶା ବିସ୍ତାର କରି ଆଗକୁ ବଢ଼ିଚାଲିଛି ଯେପରି ସଫଳତା ପାଇବାକୁ ତାକୁ କିଛି ଘାତ, ପ୍ରତିଘାତ, ବାଧା ଅଟକାଇ ପାରିବ ନାହିଁ।ସେପରି ଏକ ଦୃଢ଼ମନୋବଳ ରଖିଥିବା ଚୁଲବୁଲି ଝିଅ ହେଉଛି ଝୁନୁ, ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ହୋଇ ମଧ୍ୟ ସେ ତାର ଲକ୍ଷ୍ୟ ପଥ ରୁ କେବେ ବିଚ୍ୟୁତି ହୋଇନାହିଁ।ସେ ରେଭେନ୍ସା ରେ ପିଜି କରିବା ସହ ବହୁ ପ୍ରତିଭା ର ଅଧିକାରିଣୀ।ଓଡ଼ିଶା ରୁ ସେ ପ୍ରଥମ ଝିଅ ଯିଏ ଓଡ଼ିଶା କୁ ଗୌରବ ଆଣିଦେଇଥିଲା ମିସ ଇଣ୍ଡିଆ ର ଶୀର୍ଷକ ଜିତି।ଝିନୁ ସବୁବେଳେ କୁହେ ମୋର ଦୃଷ୍ଟି ଶକ୍ତି ନାହିଁ ହେଲେ ମୋ ଅଭିଳାଷା ପୂରଣ କରିବାକୁ ମୋ ପାଖରେ ଢେର୍ ଶକ୍ତି ଅଛି।ବେଳେବେଳେ ପଡିଶା ଘର ର ମିଲି ବି ଆଚାର୍ଯ୍ୟ ହୁଏ କି ଝୁନୁ ଭିତରେ ଏତେ ଉଚ୍ଚ ଭାବନା କିପରି ଆସୁଚି, ଥରେ ମିଲି ଝୁନୁ କୁ ପଚାରିଲା ତୁ ଯେଉଁ ସ୍ଥିର କରିଚୁ କି ଭବିଷ୍ୟତ ରେ ପ୍ରଶାସନିକ ସେବା ରେ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ କାର୍ଯ କରିବୁ ଓ ତାଙ୍କ ସଶକ୍ତି କରଣ ନିମନ୍ତେ ଶିକ୍ଷା, ରୋଜଗାର ଆଦି ପ୍ରଧାନ କରିବୁ ଏଥିପାଇଁ ତୋତେ କେବେ ଅନୁଭବ ହୋଇଛି କି ସତରେ କଣ ତୁ ତୋର ଲକ୍ଷ୍ୟ ରେ ସଫଳ ହୋଇ ପାରିବୁ? ତତକ୍ଷଣାତ ଝୁନୁ କହିଲା, ଲକ୍ଷ୍ୟ ଏମିତି ହେବା ଉଚିତ୍ ଯାହା କ୍ଷୟ ହେବନି ଓ ସଫଳତା ର ଶୀର୍ଷ ରେ ପହଞ୍ଚିବାକୁ ଅଟକାଇ ପାରିବନି।ଯଦି କେହି ବ୍ୟକ୍ତି ଅତି ନିଷ୍ଠାପର ସହ ଭାବୁଚି ଯେ ସେ ସମାଜ ରେ ଏକ ଉଦାହରଣ ସୃଷ୍ଟି କରିବ ତେବେ ତାର ଏହି ଭାବନା ଖାଲି ଭାବନା ରେ ସୀମିତ ନ ରହି ତାହା କିପରି କାର୍ଯ୍ୟକାରୀ ହେବ ସେଥିପାଇଁ ସେ ନିରନ୍ତର ଉଦ୍ୟମ କରିବା ଉଚିତ୍ ଏହା ଥିଲା ଝୁନୁ ର ବାକ୍ୟ ଯାହାକି ସ୍ପଷ୍ଟ କରୁଛି ଯେ ସତରେ ୟେ ଝିଅ କେବଳ ଆଶାବାଦୀ ନୁହେଁ ବରଂ ସାହସୀ, ବିଦ୍ୱାନ ଓ ବୁଦ୍ଧିମତୀ ମଧ୍ୟ।
ଥରେ ଝୁନୁ ନିଜ ମନରେ ଭାବୁ ଥାଏ କି ସତରେ ଆଜି ମୋ ପରି ବହୁତ୍ ଦୃଷ୍ଟି ବାଧିତ ଝିଅ ଓ ମହିଳା ଅଛନ୍ତି ଯେଉଁମାନେ ଭିକ୍ଷା ବୃତ୍ତି କୁ ଆପଣାଇ ନେଇଛନ୍ତି ସେମାନଙ୍କ ଭିତରେ ଶିକ୍ଷିତ ଏବଂ କମ୍ ଶିକ୍ଷା ପ୍ରାପ୍ତ କରିଥିବା ବ୍ୟକ୍ତି ଅଛନ୍ତି।ଭିକ୍ଷା ବୃତ୍ତି କରିବା ସମୟ ରେ ସେମାନେ ଯୌନ ଉତ୍ପିଡନା ର ଶିକାର ମଧ୍ୟ ହେଉଛନ୍ତି।ହେଲେ ସରକାର ଏବଂ ବେସାମାଜିକ ଅନୁଷ୍ଠାନ କେବେ ଚେଷ୍ଟା କରିନାହାନ୍ତି ୟେ ମାନଙ୍କ ପରିସ୍ଥିତି ରେ ସୁଧାର ଆଣିବାକୁ।ସେମାନଙ୍କୁ ଥଇଥାନ ନୁହେଁ ବରଂ ସଶକ୍ତି କରଣ କରିବା ର ଆବଶ୍ୟକତା ରହିଅଛି।ସେମାନଙ୍କୁ ଶିକ୍ଷା, ତାଲିମ, ରୋଜଗାର ଆଦି ସୁବିଧା ପ୍ରଦାନ କରିବାକୁ ଅଛି।ଝୁନୁ ମନେ ମନେ ଚିନ୍ତା କରୁଥାଏ ଯଦି କେହି ଏହି ସବୁ ଦିଗ ପ୍ରତି ଧ୍ୟାନ ନ ଦେବେ ତେବେ ମୁଁ ହିଁ ୟେ ସବୁ ର ସମାଧାନ କରିବି କାରଣ କିଛି ଭଲ କାମ କରିବାକୁ ହେଲେ କାହାକୁ ଅପେକ୍ଷା ନ କରି ନିଜକୁ ଆଗେଇ ଆସିବାକୁ ହେବ, ସବୁ ପ୍ରତିଘାତ ଅତିକ୍ରମ କରି।।।।।।
ଲେଖିକା

ଇନ୍ଦିରା ପ୍ରିୟଦର୍ଶିନୀ ନନ୍ଦ
ସାମାଜିକ କର୍ମୀ
ଜଗତସିଂହପୁର

 

powered by social2s