ଭୁବନେଶ୍ୱର:କୋଭିଡ ସଂକ୍ରମଣ ପୁଣି ବଢିବା ଯୋଗୁଁ ଏବେ ରାଜ୍ୟ ସାରା ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଫଳରେ ଲୋକମାନେ ଖାଦ୍ୟ ସମେତ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ବିଶେଷ କରି ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲା ପଶୁ ମାନେ ଖାଦ୍ଯ ପାଇ ପାରୁନାହାନ୍ତି।ଏଭଳି ଅପ୍ରତ୍ୟାଶିତ ପରିସ୍ଥିତି ଭୁବନେଶ୍ୱରର ବଡଗଡ ଅଞ୍ଚଳର ଡକ୍ଟର ଶୁଭଶ୍ରୀ ଦାସ ଏମାନଙ୍କୁ ଖାଇବା ଯୋଗାଇବା ଭଳି ମହତ କାର୍ଯ୍ୟ ହାତକୁ ନେଇଛନ୍ତି।
ଡକ୍ଟର ଦାସଙ୍କ ଏଥିପାଇଁ ‘ହେଲ୍ପ ଫର ହ୍ୟୁମାନିଟି’ ଅଭିଯାନ ଆରମ୍ଭ କରିଛନ୍ତି ଯାହା ମାଧ୍ୟମରେ ସ୍ଵେଚ୍ଛାସେବୀ ମାନେ ସହରର ବିଭିନ୍ନ ସ୍ଥାନରେ ବୁଲା କୁକୁର, ଗାଈ , ବିଲେଇ ଆଦି ପଶୁ ମାନଙ୍କୁ ବିରିୟାନି, ଭାତ, ଡାଲି, ମାଛ, ଗାଜର ଏବଂ ଅନ୍ୟାନ୍ୟ ଖାଦ୍ୟ ସହିତ ପିଇବା ପାଣି ର ବ୍ୟବସ୍ଥା କରୁଛନ୍ତି । ପ୍ରତିଦିନ ପାଖାପାଖି ୩୦ ରୁ ଅଧିକ ବୁଲା ପଶୁମାନଙ୍କୁ ଖାଇବାକୁ ଦିଆଯାଉଛି ଏବଂ ଅନ୍ଲାଇନ ପାଣ୍ଠି ସଂଗ୍ରହକାରୀ ସଂସ୍ଥା କେଟୋ ମାଧ୍ୟମରେ ପାଣ୍ଠି ସୃଷ୍ଟି କରାଯାଇଛି ଯାହା ଦ୍ଵାରା ଅଧିକ ରୁ ଅଧିକ ବୁଲା ପଶୁମାନଙ୍କୁ ଖାଦ୍ୟ ଯୋଗାଇ ଦିଆ ଯାଇ ପାରିବ |
ଏ ସମ୍ପର୍କରେ ଡକ୍ଟର ଦାସ କହନ୍ତି “ପଶୁମାନେ ଆମ ଭଳି। ସେମାନଙ୍କ କ୍ଷେତ୍ରରେ ବି ଖାଇବା ଓ ଆଶ୍ରୟସ୍ଥଳୀ ର ଆବଶ୍ୟକତା ସେତିକି କିନ୍ତୁ ପାର୍ଥକ୍ୟ ହେଉଛି ଯେ ସେମାନେ ସେମାନଙ୍କର ଭାବନାକୁ ପ୍ରକାଶ କରିପାରନ୍ତି ନାହିଁ | ଏମାନେ ଆମ ମାନଙ୍କ ବଳକା ଖାଦ୍ଯ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଲୋକମାନେ ଘରୁ ନ ବାହାରିବା, ହଟେଲ ଓ ଖାଇବା ଦୋକାନ ବନ୍ଦ ହୋଇଯିବା ହେତୁ ସେମାନଙ୍କୁ ଖାଦ୍ଯ ମିଳିପାରୁନାହିଁ | ତେଣୁ ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କଲି"।
ଆମେ ପ୍ରାୟ ୨୦୦୦ ରୁ ଅଧିକ ବୁଲା ପଶୁ ମାନଙ୍କୁ ଖାଇବାକୁ ଦେବା ପାଇଁ ଯୋଜନା କରୁଛୁ ଏବଂ ସମସ୍ତଙ୍କ ସମର୍ଥନ ମିଳିଲେ ଆମେ ଏ ଲକ୍ଷ୍ୟ ହାସଲ କରିପାରିବୁ ।
ଲକ୍ଡାଉନ୍ ସମୟରେ ବୁଲା ପଶୁମାନଙ୍କୁ ଖାଦ୍ଯ ବାଣ୍ଟୁଛନ୍ତି ଶିକ୍ଷୟିତ୍ରୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

