ଭୁବନେଶ୍ୱର: ୫ଟି କୁକୁରଙ୍କ ଉପରେ ଗାଡ଼ି ଚଢାଇ ଜଣେ ଯୁବକ ଗିରଫ ହୋଇଥିବାର ସୂଚନା ମିଳିଛି। ଯୁବକ ଜଣକ ହେଲେ ପ୍ରଫୁଲ୍ଲ ରାଉତ । ଗାଡ଼ି ଚଢାଇବା ନେଇ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଥିଲା। ପୁରୁଣା ଭୁବନେଶ୍ୱର ଅଞ୍ଚଳରେ କୁକୁରଙ୍କ ଉପରେ ଗାଡ଼ି ଚଢାଇଥିଲେ ପ୍ରଫୁଲ୍ଲ। ଗତକାଲି ବିଳମ୍ବିତ ରାତିରେ ପ୍ରଫୁଲ୍ଲ ଙ୍କୁ ଗିରଫ କରିଛି ପୋଲିସ।
ଆନିମଲ ଆକ୍ଟ ରେ ମାମଲା ରୁଜୁ କରିଛି ପୋଲିସ।
powered by social2s

