ସାବିତ୍ରୀ ବ୍ରତ ଉପଲକ୍ଷେ ଭୁବନେଶ୍ୱରରେ ଵିଦେଶୀ ଫଳ ଟୋକେଇ ର ଚାହିଦା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ସାବିତ୍ରୀ ବ୍ରତ ଉପଲକ୍ଷେ ବିଭିନ୍ନ ପ୍ରକାରର ଫଳ ବିକ୍ରି ହେବା ସହିତ ଏ ବର୍ଷ ବିଦେଶୀ ଫଳ ଟୋକେଇ ର ଚାହିଦା ଅଧିକ ରହିଛି।

 

ଏହି ଫଳ ଟୋକେଇ ଟି ଭୁବନେଶ୍ୱର ଜନପଥ ରେ ଥିବା ଏକେ ଫଳ ଦୋକାନ ରେ ବିକ୍ରି ହେଉଛି। ଏହାର ଦାମ ୫,୦୦୦ ଟଙ୍କା ରଖାଯାଇଛି। ଟୋକେଇରେ ୯ ପ୍ରକାରର ଫଳ ଯଥା ନିଉ ଜିଲ୍ୟାଣ୍ଡ ର ଆପେଲ, ଥାଇଲ୍ୟାଣ୍ଡ ର ସେଓ, ଅଷ୍ଟ୍ରେଲିଆନ ଅଙ୍ଗୁର ଓ ବିଭିନ୍ନ ପ୍ରକାର ର ଫଳ ରହିଛି।

 

ଆଜି କୋଭିଡ କଟକଣା ଯୋଗୁ ଘରେ ଘରେ ପୂଜା କରି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ସଧବା ମହିଳା। ଭୁବନେଶ୍ୱର ଓ କଟକ ର ବିଭିନ୍ନ ମନ୍ଦିର ବାହାରେ ଠାକୁରଙ୍କ ଫଟୋ ରଖି ମହିଳା ମାନେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି।

powered by social2s