ଆଗକୁ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା କମିବ: ଡିଏମଇଟି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ ଦୈନିକ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ନିଶ୍ଚିତ କମିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ବଢିଥିବାରୁ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବଢିଛି। ତେବେ ଅନ୍ୟ ରାଜ୍ୟରେ ମଧ୍ୟ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହା ସମଗ୍ର ଦେଶ ପାଇଁ ଶୁଭଙ୍କର ବୋଲି ସେ କହିଛନ୍ତି। ତେବେ ସଂକ୍ରମଣ ଧୀରେ ଧୀରେ କମୁଥିବାରୁ ଲୋକମାନେ ଅବହେଳା କରିବା ଉଚିତ ହବନି ବୋଲି ପରାମର୍ଶ ଦେଇଛନ୍ତି। ଆଉ ଅଧିକ ଦିନ ଲକ୍ ଡାଉନ୍ ମଧ୍ୟ ସମ୍ଭବ ନୁହେଁ। ଏଥିରେ ଗରିବ ଲୋକ ବେଶ ପ୍ରଭାବିତ ହୋଉଛନ୍ତି। ତେଣୁ ରାଜ୍ୟରେ ଅନଲକ ପାଇଁ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

powered by social2s